Latest Odisha News

BREAKING NEWS

ଅନୁଗୁଳରେ କଲରାପତାରିଆ ବାଘର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି ବାଘର ମୃତ୍ୟୁ ହୋଇଛି । ଜରପଡ଼ା ରେଞ୍ଜ ଓ ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ ବାତ୍ରାଖୋଲ ନିକଟରେ ବାଘର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ଏକ କଲରାପତରିଆ ବାଘ ମରିପଡ଼ିଥିବା ଜଣାପଡ଼ିଛି ।

କେଉଁ ପରିସ୍ଥିତିରେ ବାଘଟିର ମୃତ୍ୟୁ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏ ସମ୍ପର୍କରେ ଖବର ପାଇବା ପରେ ଅନୁଗୁଳ ଓ ଆଠମଲ୍ଲିକ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳରେ ସ୍ଥାନୀୟ ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ କରିଛନ୍ତି ।

Leave A Reply

Your email address will not be published.