Latest Odisha News

BREAKING NEWS

ଆସନ୍ତାକାଲି କେନ୍ଦ୍ରାପଡ଼ାରେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ ବଣ୍ଟନର ହେବ ଶୁଭାରମ୍ଭ

ଭୁବନେଶ୍ବର : ସ୍ବାସ୍ଥ୍ୟ ସେବାରେ ସ୍ମାର୍ଟ ହେବ କେନ୍ଦ୍ରାପଡ଼ା । ଆସନ୍ତାକାଲି କେନ୍ଦ୍ରାପଡ଼ାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ୩୦ରେ ଏହି ଯୋଜନାର ଶୁଭାରମ୍ଭ ହେବ ।

ଭିଡିଓ କନଫେରନ୍ସ ଜରିଆରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାନ କରାଯିବ । ଜିଲ୍ଲାବାସୀଙ୍କ ଭେଟି ଦେବେ କୋଟି କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ । କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଶିଶିଭୂଷଣ ବେହେରାଙ୍କ ସହ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ସହ ସ୍ଥାନୀୟ ଦଳୀୟ ନେତା ଓ କର୍ମୀ ସାମିଲ ହେବେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.