Latest Odisha News

BREAKING NEWS

ମାଟି ମାଫିଆଙ୍କ ଉପରେ ଜିଲ୍ଲା ପ୍ରଶାସନର ରାତିଅଧିଆ ଚଢ଼ାଉ, ୮ ଗିରଫ

ଜଗତସିଂହପୁର: ମାତିଛନ୍ତି ମାଟି ମାଫିଆ। ରାତିଅଧରେ ଅପରେସନ କଲେ ଜିଲ୍ଲାପାଳ ଏବଂ ଏସପି। ଛଦ୍ମବେଶରେ ଗଲା ପୋଲିସ। ଅଭିଯୁକ୍ତଙ୍କୁ ଅନସ୍ପଟ ମାଡିବସିଲେ ତଦନ୍ତକାରୀ ଟିମ। ମାଟି ମାଫିଆଙ୍କ ଉପରେ ଜିଲ୍ଲା ପ୍ରଶାସନ ଚଢ଼ାଉ କରିଛି। ଜିଲ୍ଲାପାଳ ଓ ଏସ୍‌ପି ରାତିଅଧିଆ ଜୋରଦାର ଚଢ଼ାଉ କରିଛନ୍ତି। ଜଗତସିଂହପୁର ଜିଲ୍ଲା ଫତେପୁର ଗହୀରରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଅତର୍କିତ ରେଡ୍ କରାଯାଇଛି।

ରେଡ ବେଳେ ୭ ଜେସିବି ସହ ୮ ହାଇୱା ଜବତ କରାଯାଇଛି। ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି। କିଛି ଦିନ ତଳେ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ ମାଟି ମାଫିଆ। ଏହାପରେ ଗତକାଲି ରାତିରେ ହଠାତ୍ ଜିଲ୍ଲାପାଳ ଏବଂ ଏସପିଙ୍କ ମିଳିତ ଚଢାଉ ହୋଇଛି। ପୋଲିସ ସାଧା ପୋଷାକରେ ଯାଇ ଅପରାଧିଙ୍କୁ ମାଡି ବସିଥିଲା। ଏହି ଘଟଣାରେ ଅଧିକ ତଦନ୍ତ ଚଳାଇଛି ପୋଲିସ।

Comments are closed.