Latest Odisha News

BREAKING NEWS

ନଦୀରୁ ମିଳିଲା ହଜିଯାଇଥିବା ୱେଡିଙ୍ଗ୍‌ ରିଙ୍ଗ୍‌; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆପଣଙ୍କ ର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷଟେ ହଜିଗଲେ ଆପଣଙ୍କୁ ଲାଗେ ଯେପରି ସବୁକିଛି ହଜିଯାଇଛି।

ତେବେ କାଲିଫର୍ଣ୍ଣିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଆଦାମ ପାପିନି ନାମକ ଜଣେ ବ୍ୟକ୍ତିଙ୍କ ସହ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ କାଲିଫର୍ଣ୍ଣିଆର ଏକ ନଦୀରୁ ଗାଧୋଉଥିବା ସମୟରେ ଏକ ହଜିଯାଇଥିବା ୱେଡିଙ୍ଗ୍‌ ଗୋଲ୍ଡ ରିଙ୍ଗ୍‌ ପାଇଛନ୍ତି।

ଏକ ସାକ୍ଷାତକାରରେ ପାପିନି କହିଛନ୍ତି ଯେ ସେ ନଦୀରେ ଗାଧୋଉଥିବା ସମୟରେ ତାଙ୍କ ବିବାହ ରିଙ୍ଗ ଆଙ୍ଗୁଳିରୁ ଖସି ଯାଇଥିଲା। “ ଗତ ଏକ ସପ୍ତାହ ଧରି ମୁଁ ନଦୀ ତଳ ଭାଗରେ ଖୋଜାଖୋଜି କରୁଛି। ମୋର ବିଶ୍ୱାସ ଥିଲା ଯେ ମୁଁ ଏହା ପାଇବି ବୋଲି ସେ କହିଛନ୍ତି।

ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

 

Comments are closed.