Latest Odisha News

BREAKING NEWS

ଭୁବନେଶ୍ୱର-ଦିଲ୍ଲୀ ବିମାନ ଭାୟା ଝାରସୁଗୁଡା ଦେଇ ଚଳାଚଳ କରୁ: ମୋଦିଙ୍କୁ ନବୀନଙ୍କ ପତ୍ର

ଭୁବନେଶ୍ୱର : ଦିଲ୍ଲୀ ଓ ଝାରସୁଗୁଡା ମଧ୍ୟରେ ବିମାନ ଚଳାଚଳ କରିବା ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ଏହି ପତ୍ରରେ ନବୀନ ଝାରସୁଗୁଡା ଠାରେ ନବ ଉଦଘାଟିତ ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଥିବା ଯୋଗୁଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ।

ଗତ ସେପ୍ଟେମ୍ବର ୨୨, ୨୦୧୮ ମସିହାରେ ବିମାନ ବନ୍ଦରର ଉଦଘାଟନୀ ପରଠାରୁ ଏୟାର ଓଡିଶା ଆରସିଏସ୍-ଉଡାଣ ଯୋଜନା ଅନ୍ତର୍ଗତ ଉଡାଣ ଆରମ୍ଭ କରିଥିଲା । ଦୁର୍ଭାଗ୍ୟବଶତଃ ଗତ ନଭେମ୍ବର ୬, ୨୦୧୮ ମସିହା ଠାରୁ କୌଣସି ଯୁକ୍ତିଯୁକ୍ତ କାରଣ ନଦର୍ଶାଇ ଉଡାଣକୁ ବନ୍ଦ କରିଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

“ଝାରସୁଗୁଡା ପଶ୍ଚିମ ଓଡିଶାର ଶିଳ୍ପ ଭିତ୍ତିକ ଏବଂ ଖଣି ଖାଦାନ ଘେରା ଅଞ୍ଚଳରେ ଅବସ୍ଥିତ । ଏହି ବିମାନବନ୍ଦରର ଉଦଘାଟଣୀ ଉତ୍ସବରେ ମୁଁ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ଦେବା ସହ ଝାରସୁଗୁଡାରୁ ଦିଲ୍ଲୀ ଏୟାର ଇଣ୍ଡିଆ ତାର ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ” ବୋଲି ସେ କହିଛନ୍ତି ।

ଏହି ପତ୍ର ମାଧ୍ୟମରେ ପରାମର୍ଶ ଦେଇ ନବୀନ କହିଛନ୍ତି ଭୁବନେଶ୍ୱରରୁ ଦିଲ୍ଲୀ ଚଳାଚଳ କରୁଥିବା ଯେକøଣସି ବିମାନ ଝାରସୁଗୁଡାରେ ରହଣୀ କରିବା ଆବଶ୍ୟକ ।

ସେ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପତ୍ର ମାଧ୍ୟମରେ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ପଶ୍ଚିମ ଓଡିଶା ବାସୀଙ୍କ ଆଶା ପୂରଣ କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.