Latest Odisha News

BREAKING NEWS

ଜାନୁଆରୀ ୨୫ରେ ରାହୁଲଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜାନୁଆରୀ ୨୫ ତାରିଖରେ ଓଡିଶା ଗସ୍ତ କରୁଥିବା ନେଇ ସୋମବାର ଦିନ ଓପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

ଚଳିତ ବର୍ଷ ମେ ମାସରେ ରାଜ୍ୟ ବିଧାନସଭା ନିର୍ବାଚନ ସାଙ୍ଗକୁ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ପରିପ୍ରେକ୍ଷୀରେ କଂଗ୍ରେସ ଅଧ୍ୟକ୍ଷ ଓଡିଶା ଗସ୍ତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ଡିସେମ୍ବର ୨୪ ତାରିଖ ଏବଂ ଜାନୁଆରୀ ୫ ତାରିଖରେ ଲଗାତାର ଓଡିଶା ଗସ୍ତକୁ ଦୃଷ୍ଟିରେ ରଖି ରାହୁଲ ଏହି ଓଡିଶା ଗସ୍ତରେ ଆସୁଥିବା ନେଇ ମନେ ହୁଏ ।

ତେବେ ରାହୁଲଙ୍କ ଏହି ଓଡିଶା ଗସ୍ତ ସମ୍ପର୍କରେ ସମ୍ପୂର୍ଣ ବିବରଣୀ ଓପିସିସି ପକ୍ଷରୁ ଏଯାବତ୍ ଘୋଷଣା କରାଯାଇନାହିଁ ।

Leave A Reply

Your email address will not be published.