Latest Odisha News

BREAKING NEWS

ଦୀପାବଳି ପର୍ବ ଏକ ପରମ୍ପରା ଅନେକ

ପୁରୀ: ଭାରତରେ ଦୀପାବଳିକୁ ବହୁତ ଧୂମଧାମରେ ପାଳନ କରାଯାଏ । ମୁଖ୍ୟତଃ ଏହା ପଂଚ ପର୍ବର ସମ୍ମିଳନୀ । ଅନ୍ୟ ଅର୍ଥରେ କାର୍ତିକ ଅମବାସ୍ୟାରୁ ଭାଇ ଦୁଜ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହୋଇଥାଏ । ପୂର୍ବରୁ ଏହା ସମ୍ପୂର୍ଣ୍ଣ ଭାବେ ପାରମ୍ପାରିକ ଢ଼ଙ୍ଗରେ ପାଳନ କରାଯାଉଥିଲା । ଏବେ ଆଧୁନିକ ଢ଼ାଂଚାରେ ଏହାକୁ ପାଳନ କରାଯଉଛି । ଆସନ୍ତୁ ଜାଣିବା ଦୀପାବଳି ଭାରତରେ କେଉଁ କେଉଁ କାରଣ ଯୋଗୁ ପାଳନ କରାଯାଏ ।

୧. ଏହି ଦିନ ଭଗବାନ ବିଷ୍ଣୁ ରାଜା ବଳିଙ୍କୁ ପାତାଳ ଲୋକର ସ୍ୱାମୀ କରିଥିଲେ । ଇନ୍ଦ୍ରଦେବ ଖୁସି ହୋଇ ଦୀପାବଳି ମନେଇଥିଲେ ।
୨. ନୃସିଂହ ରୂପରେ ଭଗବାନ ବିଷ୍ଣୁ ହିରଣ୍ୟକଶ୍ୟପକୁ ବଧ କରିଥିଲେ ।
୩.ସେହିପରି ସମୁଦ୍ରମନ୍ଥନ ଏହି ଦିନ ହୋଇଥିଲା । ମହାଲକ୍ଷ୍ମୀ ଏବଂ ଧନ୍ୱନ୍ତରୀ ପ୍ରକଟ ହୋଇଥିଲେ ।

୪. ଦୀପାବଳୀ ଦିନ ୧୪ ବର୍ଷ ବନବାସ ପରେ ରାବଣକୁ ମାରି ଭଗବାନ ଶ୍ରୀରାମ ଅଯୋଧ୍ୟା ପ୍ରତ୍ୟାବର୍ତନ କରିଥିଲେ ।
୫. ଦୀପାବଳିର ଠିକ୍ ପୂର୍ବ ଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଧ କରିଥିଲେ ।
୬.୨୫୦୦ ବର୍ଷ ପୂର୍ବେ ଗୌତମ ବୁଦ୍ଧଙ୍କ ସ୍ୱାଗତରେ ଅନୁଯାୟୀମାନେ ଏହି ଦିନ ଲକ୍ଷେ ଦ୍ୱୀପ ଜାଳିଥିଲେ ।
୭. ଉଜ୍ଜୈନ ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜତିଳକ ଦୀପାବଳି ଦିନ ହୋଇଥିଲା ।

୮. ଅମୃତସରରେ ୧୫୭୭ରେ ସ୍ୱର୍ଣ୍ଣ ମନ୍ଦିରର ଶିଳାନ୍ୟାସ ହୋଇଥିଲା ।
୯. ଆର୍ଯ୍ୟସମାଜ ସସ୍ଥାପକ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ନିର୍ବାଣ ହୋଇଥିଲା ।
୧୦. ଶିଖଙ୍କ ଷଷ୍ଠ ଗୁରୁ ହରଗୋବିନ୍ଦ ସିଂଙ୍କୁ ଦୀପାବଳି ଦିନ କାରାଗାରରୁ ମୁକ୍ତ କରାଯାଇଥିଲା ।

Leave A Reply

Your email address will not be published.