Latest Odisha News

BREAKING NEWS

ସବୁଦିନ ଚଳାଚଳ କରିବ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ

ଭୁବନେଶ୍ୱର: ନଭେମ୍ବର ମାସ ୭ ତାରିଖ ଠାରୁ ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ସପ୍ତାହକୁ ପାଞ୍ଚଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ରାଉରକେଲାରୁ ସକାଳ ୦୫ଘ.୧୦ମି.ରେ ଛାଡି ଭୁବନେଶ୍ୱରରେ ଅପରାହ୍ନ ୧୨ଘ.୩୦ମି.ରେ ପହଞ୍ଚିବ।

ଫେରିବା ପଥରେ, ୦୨୮୬୨ ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ଭୁବନେଶ୍ୱରରୁ ଅପରାହ୍ନ ୨ଘ.୧୦ମି. ରେ ଛାଡି ରାଉରକେଲାରେ ରାତ୍ର ୯ଘ.୪୦ମି.ରେ ପହଞ୍ଚିବ।

ଏହି ବିଶେଷ ଟ୍ରେନ ପୂର୍ବରୁ ୮ଟି କୋଚ ପରିବର୍ତ୍ତେ ଏବେ ୧୦ କୋଚ ସହିତ ଚଳାଚଳ କରିବ। ଏହି ଟ୍ରେନରେ ଗୋଟିଏ ଏସି-ଚେୟାର କାର ଏବଂ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର କାର ଅତିରିକ୍ତ ସଂଯୋଗ ପରେ ଏହା ୦୨ଟି ଏସି ଚେୟାର୍ କାର୍, ୦୬ଟି ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍ ଏବଂ ୦୨ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ସହିତ ଚଳାଚଳ କରିବ।

ଏହି ଟ୍ରେନ୍ ଉଭୟ ଦିଗରୁ ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ରାଜଗାଙ୍ଗପୁର, ବମରା, ଝାରସୁଗୁଡା, ରେଙ୍ଗାଲୀ, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ୍, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁର ଷ୍ଟେସନ ମାନଙ୍କରେ ରହଣି କରିବ।

 

Leave A Reply

Your email address will not be published.