Latest Odisha News

BREAKING NEWS

ଦୀପାବଳି ରାତିରେ ଯୁବକଙ୍କୁ ହତ୍ୟା ଘଟଣା; ୨ ଗିରଫ

ଭୁବନେଶ୍ୱର: ଦୀପାବଳି ରାତିରେ ସୁନ୍ଦରପଦା ନିକଟରେ ଘଟିଥିବା ଅମରେଶ ନାୟକ ହତ୍ୟାକାଣ୍ଡରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ନାଁ ରାଘବ ବାରିକ ଓ ଶଙ୍କର ବସ୍ତିଆ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ବାହାରୁ ଏହି ଦୁଇଜଣଙ୍କୁ କମିଶନରେଟ ପୁଲିସ  ଗିରଫ କରିଛି ।

ଏହି ଘଟଣାରେ ୨୦ରୁ ଅଧିକ ଜଣଙ୍କ ନାମରେ ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ, ଦୀପାବଳି ରାତିରେ ଗୋଟିଏ ସ୍ଥାନରେ ଦୁଇ ଗୋଷ୍ଠୀ ଭୋଜି କରୁଥିବା ସମୟରେ ବାଣ ଫୁଟାଇବାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବଚସା ହୋଇଥିଲା । ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠି ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଯାହାଦ୍ୱାରା ଘଟଣା ସ୍ଥଳରେ ହିଁ ଅମରେଶଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.