ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ବରର ଏକାମ୍ରକ୍ଷେତ୍ର ବା ଓଲ୍ଡ ଟାଉନ ଅଞ୍ଚଳକୁ ଐତିହ୍ୟ ସହର ଭାବରେ ପରିଣତ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟସରକାର ।
ଏଥିପାଇଁ ରାଜ୍ୟସରକାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଟିମ ଗଠନ କରିଛନ୍ତି ।
ରାଜ୍ୟ ସରକାରଙ୍କ ଏହି ଟିମରେ ଅସିତ ତ୍ରିପାଠୀଙ୍କ ସମେତ ଡେଭଲପମେଣ୍ଟ କମିଶନର ସୁରେଶ ମହାପାତ୍ର, ଅର୍ଥ ସଚିବ ଅଶୋକ ମୀନା, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଭୁବନେଶ୍ୱର ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧୁରୀ, ପୋଲିସ ଅଧିକାରୀ ସୁଧାଂଶୁ ସାରଙ୍ଗୀ, ସିଆରୟୁଟି କେ ପ୍ରବନ୍ଧ ନିର୍ଦ୍ଦେଶକ ଅରୁଣ ବୋଥରା ଆଦି ସାମିଲ ଅଛନ୍ତି ।
ଓଲ୍ଡ ଟାଉନ କ୍ଷେତ୍ରରେ ୫୦୦ରୁ ଅଧିକ ଶହେ ବର୍ଷରୁ ଅଧିକ ପୁରୁଣା ସ୍ମାରକ, ମନ୍ଦିର ମାନ ରହିଛି । ଯାହା ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ଅନ୍ୟତମ ।
ପ୍ରାପ୍ତ ସୂଚନା ଅନୁସାରେ, ତେବେ ରାଜ୍ୟ ସରକାର ଗଠନ କରିଥିବା ଏହି କମିଟିକୁ ଓଲ୍ଡ ଟାଉନ ଏରିଆ ପାଇଁ ବିକାଶ ଯୋଜନାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହା ପୂର୍ବରୁ, ନବୀନ ସରକାର ତୀର୍ଥ ନଗରୀ ପୁରୀର ରୂପରେଖ ବଦଳାଇ ଏହାକୁ ବିଶ୍ୱ ଐତିହ୍ୟରେ ସାମିଲ କରିବାକୁ ୭୦୦ କୋଟି ଟଙ୍କାର ପରିଯୋଜନାକୁ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି ।