Latest Odisha News

BREAKING NEWS

ଗଇଁଠା ପିଠା

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ବାରମାସରେ ତେର ଓଷା ପାଳନ ହୁଏ । ଓଷାବ୍ରତର ଅନ୍ୟ ନାମ ପିଠାପଣା ହୋଇଥାଏ। ଓଷାବ୍ରତ ହେଲା ମାନେ ରୋଷେଇ ଘରୁ ଛୁଟି ଆସେ ନାନାଦି ପିଠାର ମହକ । ତାହା ମଧ୍ୟରୁ ଗଇଁଠା ପିଠା ଅନ୍ୟତମ । ଜାଣନ୍ତୁ ଏହି ପିଠାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ
କ୍ଷୀର – ୧ଲିଟର
ଚାଉଳ ଚୁନା – ୨କପ
ଚିନି – ୧କପ
ଗୁଜୁରାତି ଗୁଣ୍ଡ – ୧ଚାମଚ
ଲୁଣ – ସାମାନ୍ୟ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ କଡ଼େଇ ବସାନ୍ତୁ। କଡ଼େଇ ଗରମ ହୋଇଗଲେ ୨କପ କ୍ଷୀର ସହ ଅଳ୍ପ ପାଣି ଦେଇ ଫୁଟାନ୍ତୁ। କ୍ଷୀର ଫୁଟିଲେ ଅଧ କପ ଚିନି ସାମାନ୍ୟ ଲୁଣ ପକାଇବା ପରେ ଚାଉଳଗୁଣ୍ଡ ପକାଇ ଭଲ ଗୋଳାନ୍ତୁ ଓ ଜନ୍ତଣି ପ୍ରସ୍ତୁତ କରନ୍ତୁ। ଜନ୍ତଣି ପ୍ରସ୍ତୁତ ହେବା ପରେ ଏହାକୁ ଥଣ୍ଡା କରି ଛୋଟ ଛୋଟ ବଲ ଆକୃତିର କରି ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ ପୁଣି କଡ଼େଇ ବସାଇ କ୍ଷୀର ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ଚିନି ପ୍ରସ୍ତୁତ ବଲକୁ ପକାଇ ଧୀରେ ଧୀରେ ଗୋଳାନ୍ତୁ। ଏହା ପରେ ଏକ ଛୋଟ ଗିନାରେ ୧ ଚାମଚ ଚାଉଳ ଗୁଣ୍ଡରେ କିଛି କ୍ଷୀର ଗୋଳାଇ ଏଥିରେ ମିଶାନ୍ତୁ। ଶେଷରେ କିଛି ଗୁଜୁରାତି ଗୁଣ୍ଡ ପକାଇ ଗ୍ୟାସରେ ୪ରୁ ୫ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା କ୍ଷୀର ଗଇଁଠା ପିଠା।

Leave A Reply

Your email address will not be published.