Latest Odisha News

ଆବାସିକ ବିଦ୍ୟାଳୟର ଅନ୍ତେବାସୀଙ୍କ ମୁହଁରେ ଉଷ୍ମ ହସ ଫୁଟାଇଲା ଶୀତବସ୍ତ୍ର ବିତରଣ

ଭୁବନେଶ୍ବର: ଆବାସିକ ବିଦ୍ୟାଳୟର ଅନ୍ତେବାସୀଙ୍କ ମୁହଁରେ ଉଷ୍ମ ହସ ଫୁଟାଇଲା ଶୀତବସ୍ତ୍ର ବିତରଣ ।  ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ଥିବା ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସର ଅନ୍ତେବାସୀଙ୍କୁ ଶୀତ ସମୟରେ ଅଧିକ ଆରାମଦାୟକ ରହଣି ପାଇଁ ରାଜ୍ୟର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ ବଣ୍ଟନ କରାଯାଇଛି । ଏହା ଦ୍ବାରା ବିଭାଗ ଅଧିନରେ ଥିବା ଛାତ୍ରାବାସର ୩ ଲକ୍ଷ ୨୮ ହଜାର ୧୭୧ ଅନ୍ତେବାସୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧ ଲକ୍ଷ ୭୬ ହଜାର ୭୪୮ ଛାତ୍ରଛାତ୍ରୀ ଉପକୃତ ହେବେ ।

ଅନୁସୁଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା ପ୍ରଥମ ଥର ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି ।  ପୂର୍ବ ବର୍ଷ ଅନ୍ତେବାସୀଙ୍କୁ ଦିଆଯାଇଥିବା ଅନ୍ୟାନ୍ୟ ସୁବିଧା ତଥା ଅଧିକାର ବ୍ୟତୀତ ଅନୁସୁଚିତ ଜନଜାତି ଓ ଜାତି ଅନ୍ତେବାସୀଙ୍କୁ ଚଳିତ ବର୍ଷ ଶୀତବସ୍ତ୍ର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପୋଷାକ ବଣ୍ଟନ କରାଯାଇଛି ବୋଲି କହିଛନ୍ତି ଅନୁସୁଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ କମିଶନର-ତଥା-ସଚିବ ରୁପା ରୋଶନ ସାହୁ ।

ସେପଟେ କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ଥିବାରୁ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ । ଏହି ପଦକ୍ଷେପ ଶୀତ ସମୟରେ ଛାତ୍ରାବାସରେ ଥିବା ହଜାର ହଜାର ଅନ୍ତେବାସୀଙ୍କ ରହିବା ବେଶ୍ ସୁବିଧାଜନକ ଏବଂ ସ୍ୱାସ୍ଥ୍ୟ ପ୍ରଦ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ।

Leave A Reply

Your email address will not be published.