Latest Odisha News

BREAKING NEWS

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ ଜୋକୋଭିଚ

ଟୋକିଓ:ନିକଟରେ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ ଜିତିଥିବା ସର୍ବିୟାର ନୋଭାକ ଜୋକୋଭିଚ ଟୋକିଓ ଅଲିମ୍ପିକ୍ସରେ ଖେଳିବା ନେଇ ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁ କିଛି ଦିନ ହେବ ତାଙ୍କ ଖେଳିବା ନେଇ ସସ୍ପେନ୍ସ ରହିଥିଲା । ଏବେ ସେ ଏଥିନେଇ ସମ୍ମତି ପ୍ରକାଶ କରିବା ପରେ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ପୂର୍ବରୁ ୪ଥର ଅଲିମ୍ପିକ୍ସ ପଦକ ଜିତିଥିବା ଆମେରିକାର ସେରେନା ୱିଲିୟମ୍ସ, ସୁଇଜରଲାଣ୍ଡର ରୋଜର ଫେଡେରର, ସ୍ପେନର ରାଫେଲ ନାଡାଲ(୨୦୦୮ ସ୍ୱର୍ଣ୍ଣ ପଦକ ବିଜେତା) ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି । ଜାପାନରେ କରୋନା ମହାମାରୀ ଏବେ ବି ନିୟନ୍ତ୍ରଣକୁ ଆସୁ ନ ଥିବାରୁ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ ଉପୁଜିଥିଲା । ଶେଷରେ ବିନା ଦର୍ଶକ ଏବଂ କଟକଣାରେ ଏହାକୁ ଆୟୋଜନ କରିବା ପାଇଁ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.