Latest Odisha News

BREAKING NEWS

ଅପହଞ୍ଚ ଇଲାକାରେ ହେବ ଉନ୍ନତି

ରାୟଗଡା  : ରାୟଗଡା ଜିଲ୍ଲାର ଅପହଞ୍ଚ ଇଲାକା କୋଣ୍ଡାବାରିଡିର ସ୍ଥିତି ପରଖିଲେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ । ଅଧପନ୍ତରିଆ କାମ ଶୀଘ୍ର ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ  ରାୟଗଡା ଜିଲ୍ଲାର ଅପହଞ୍ଚ ଇଲାକା ପାରିକ୍ଷିତି ଗ୍ରାମପଞ୍ଚାୟତର କୋଣ୍ଡାବାରିଡି ଗାଁରେ ପହଁଚି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରାସ୍ତା, ସ୍ୱଚ୍ଛ ପାନୀୟ ଜଳ, ପୁଷ୍ଟିକର ଖାଦ୍ୟ, ଜଙ୍ଗଲ ଜମି ପଟ୍ଟା, ଘର ଡିହ ପଟ୍ଟା ଆଦି ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏମିତିକି ଦୁଇ ମାସ କାହିଁକି ଗର୍ଭବତୀ ମା ଏବଂ ଛୁଆ ଙ୍କୁ ଛତୁଆ ଦିଆଗଲା ନାହିଁ ବୋଲି ବିଭାଗୀୟ ସି ଡି ପି ଓ ଶାନ୍ତିଲତା ରଥଙ୍କୁ ପଚାରି ବୁଝିଥିଲେ ।

ଏବଂ ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇ ଥିଲେ । ଏହି ବ୍ଲକର ଡାଙ୍ଗୁବାଡ଼ି ଗ୍ରାମ ର ୪୦ବର୍ଷ ତଳେ ୨୫ ଜଣ ଗରିବ ଆଦିବାସୀଙ୍କୁ ଯୋଗାଇ ଦିଆଯାଇଥିବା ଜମିର ପଟ୍ଟା ଏ ଯାଏଁ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ମିଳି ନ ଥିବାରୁ ତୁରନ୍ତ ଯୋଗାଇ ଦେବାକୁ ତହସିଲଦାରଙ୍କୁ ତାଗିଦ କରିଛନ୍ତି । ଏହି ଗ୍ରାମପଞ୍ଚାୟତ ର ଲୋକଙ୍କୁ ଆତ୍ମନିର୍ଭରଶିଳ କରିବା ପାଇଁ ଛତୁ, କୁକୁଡ଼ା ଏବଂ ଛେଳି ଚାଷ କେମିତି କରାଯିବ ବିଭାଗୀୟ କୃଷି ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.