Latest Odisha News

BREAKING NEWS

୯ମ ଥର ପାଇଁ ୱିମ୍ବେଲଡନ ଫାଇନାଲରେ ଜୋକୋଭିଚ

ଲଣ୍ଡନ: ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଚଳିତ ୱିମ୍ବେଲଡନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । କ୍ରମାଗତ ୫ଥର ଏବଂ ଓଭରାଲ ୯ମ ଥର ପାଇଁ ସେ ୱିମ୍ବେଲଡନର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ସେ ଇଟାଲୀର ୮ମ ନମ୍ବର ମାନ୍ୟତାପ୍ରାପ୍ତ ଜାନୀକ ସିନରଙ୍କୁ ପରାସ୍ତ କରିଥିଲେ । ୩୬ ବର୍ଷୀୟ ଜୋକୋଭିଚ ୬-୩, ୬-୪ ଓ ୭-୬ ସେଟରେ ବିଜୟ ହାସଲ କରିଥିଲେ । ସେ ୮ମ ୱିମ୍ବେଲଡନ ଓ ୨୪ତମ ଟାଇଟଲ ରେକର୍ଡ ସମକକ୍ଷ ହେବା ଲକ୍ଷ୍ୟରେ ରହିଛନ୍ତି । ଫାଇନାଲରେ ସେ ସ୍ପେନର କାର୍ଲୋସ ଆଲକାରାଜ ଓ ରୁଷିଆର ଡାନିଲି ମେଡଭେଡେଭ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ ।

ଆମେରିକାର କ୍ରସ ଏଭର୍ଟଙ୍କ ପଛରେ ପକାଇ ଜୋକୋଭିଚ ୩୫ତମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି । ୨୦୧୬ ପରଠାରୁ ସେ ୱିମ୍ବେଲଡନରେ ଗୋଟିଏ ବି ମ୍ୟାଚ ହାରି ନାହାନ୍ତି । ସେହିପରି ସେଂଟରକୋର୍ଟରେ ୨୦୧୩ ପରଠାରୁ ସେ ଅପରାଜେୟ ରହିଛନ୍ତି । ଜାନୀକଙ୍କୁ ପରାସ୍ତ କରିବା ପାଇଁ ମୋତେ କଡା ସଂଘର୍ଷ କରିବକୁ ପଡିଲା ବୋଲି ଏହି ଷ୍ଟାର ଖେଳାଳିଜଣଙ୍କ କହିଛନ୍ତି ।

Leave A Reply

Your email address will not be published.