Latest Odisha News

BREAKING NEWS

ମାଟ୍ରିକ ଖାତା ମୂଲ୍ୟାଙ୍କନ ପ୍ରକିୟା ଲାଗି ଜାରି ହେଲା ଗାଇଡଲାଇନ

ଭୁବନେଶ୍ୱର: ରାଜ୍ୟରେ କରୋନାଭାଇରସ ଆତଙ୍କ ଜାରି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ଓଡିଶାରେ ମାଟ୍ରିକ ଖାତା ମୂଲ୍ୟାଙ୍କନ ଆରମ୍ଭ ହେବାକୁ ଯାଉଛି । ଯେଉଁଥିପାଇଁ ଆସନ୍ତାକାଲି ତଥା ମାର୍ଚ୍ଚ ୧୮ ତାରିଖରେ ବିଭିନ୍ନ ଖାତା ଦେଖା କେନ୍ଦ୍ରରେ ଆସି ପହଞ୍ଚିବେ ମୂଲ୍ୟାଙ୍କନକାରୀ ।

ଏହି ପରିପ୍ରେକ୍ଷୀରେ ଖାତା ମୂଲ୍ୟାଙ୍କନ ସମୟରେ କିଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ, ସେନେଇ ସମସ୍ତ ଡିଇଓ, ବିଇଓ ଓ ଚିଫ୍ ଏକ୍ସାମିନରଙ୍କୁ ଭିଡିଓ କନଫରେନ୍ସି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ।

ସୂଚନାନୁଯାୟୀ, ପରୀକ୍ଷା କେନ୍ଦ୍ରରେ ଭିଡ କମାଇବା ପାଇଁ ବିିଷୟ ଅନୁଯାୟୀ ଖାତା ଦେଖାହେବା ସହ ସକାଳ ୮ଟା ୩୦ମି. ରୁ ଅପରାହ୍ନ ୪ଟା ୩୦ମି. ଯାଏଁ ୩ଟି ପର୍ଯ୍ୟାୟରେ ଖାତା ମୂଲ୍ୟାଙ୍କନ କରାଯିବ ।

ଏହାବ୍ୟତିତ ମୂଲ୍ୟାଙ୍କନକାରୀ ନିର୍ଦ୍ଦେଶ ଅନୁଯାୟୀ ପରସ୍ପର ଠାରୁ ଦୂରତା ବଜାୟ ରଖିବା ସହ ସାନିଟାଇଜରର ବ୍ୟବହାର କରିବେ ।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ ୧୦ ତାରିଖ ଯାଏଁ ମାଟ୍ରିକ ଖାତା ମୂଲ୍ୟାଙ୍କନ କରାଯିବ ।

Leave A Reply

Your email address will not be published.