ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ସ୍ଥିର ଅଛି । ଓଡ଼ିଶାରେ ଥାର୍ଜ ଓ୍ୱେଭ୍ ଆକଳନ କରାଯାଇଛି । କିନ୍ତୁ ତୃତୀୟ ଲହର ଆସିନାହିଁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, ଆମେ ବର୍ତ୍ତମାନ ସେକେଣ୍ଡ ଓ୍ୱେଭରେ ଅଛୁ ।
ମାଡ୍ରାସ ଇନଷ୍ଟିଚ୍ୟୁଟ ଯେଉଁ ଆର୍ ଭ୍ୟାଲୁ କଥା କହୁଛି, ତାହା ଗ୍ରାଉଣ୍ଡରେ ପ୍ରତିଫଳିତ ହେଉ ନାହିଁ ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ଓଡ଼ିଶାରେ କରୋନା ସ୍ଥିତି ଏବେ ଟେଲି ଫେନୋମେନନ୍ ଅବସ୍ଥାରେ ରହିଛି । ଅର୍ଥାତ୍ ସଂକ୍ରମଣ କମି ସ୍ଥିର ଅବସ୍ଥାରେ ଅଛି ।
ଗତ କିଛି ଦିନ ହେବ ରାଜ୍ୟରେ ଏହି ଟ୍ରେଣ୍ଡ ଲାଗି ରହିଛି । ଅନ୍ୟ କିଛି ରାଜ୍ୟରେ ବି ଏହି ସ୍ଥିତି ରହିଛି । ଆଗକୁ ସଂକ୍ରମଣ କମିବା ଆଶା କରାଯାଉଛି । ଏଥିପାଇଁ ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।
Comments are closed.