Latest Odisha News

BREAKING NEWS

ପାର୍ବଣ ସମୟରେ ସତର୍କତା, ଭିଡକୁ ନଯିବା ଲାଗି ପରାମର୍ଶ

ଭୁବନେଶ୍ବର: ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ସଂକ୍ରମଣ ବଢ଼ିପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।   ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ୍ ମାର୍ଗ ଦର୍ଶିକା ପାଳନ କରିବା ।

ସାମାଜିକ ଦୂରତା ରକ୍ଷା କରିବା ଓ ଭିଡକୁ ନଯିବାଲାଗି ପରାମର୍ଶ ଦେଇଛନ୍ତି ଡିଏମଇଟି । ରାଜନୈତିକ ଉତ୍ସବ ଓ ପାର୍ବଣକୁ ଯାଇ ଅଯଥା ଭିଡ଼ କରନ୍ତୁ ନାହିଁ । ପାର୍ବଣ ପାଇଁ ଟେଷ୍ଟ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ବଢ଼ାଯାଉଛି । ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି ସେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ । ସେମାନଙ୍କ ପାଇଁ ଟେଷ୍ଟର ସୁବିଧା କରାଯିବ। ଏହାସହ ଟିକା ସମସ୍ତେ ନେବା ଆବଶ୍ୟକ ।

ଏମିତି କି ପ୍ରଥମ ଡୋଜ ଟିକା ନେଲା ପରେ ଦ୍ବିତୀୟ ଡୋଜ ଟିକା ନେବା ନିଶ୍ଚୟ ଆବଶ୍ୟକ ରହିଛି । ବୁଷ୍ଟର ଡୋଜ ନେବା ପର କଥା ବୋଲି ଡିଏମଇଟି କହିଛନ୍ତି । ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି ।

ପାର୍ବଣ ପାଇଁ  ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ବଢ଼ାଯାଉଛି। ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି ସେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବାକୁ ଡିଏମ୍‌ଇଟି ପରାମର୍ଶ ଦେଇଛନ୍ତି। ପ୍ରଥମ ଡୋଜ ଟିକା ନେଲା ପରେ ଦ୍ୱିତୀୟ ଡୋଜ ଟିକା ନିଶ୍ଚୟ ନେବା ଆବଶ୍ୟକ। ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଥିବା ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.