Latest Odisha News

BREAKING NEWS

କନ୍ନଡ ଟିଭି ଅଭିନେତ୍ରୀ ସୌଜନ୍ୟାଙ୍କ ଆତ୍ମହତ୍ୟା

ବାଙ୍ଗାଲୋର: କନ୍ନଡ ଅଭିନେତ୍ରୀ ସୌଜନ୍ୟା ଆଜି ତାଙ୍କ ବାଙ୍ଗାଲୋରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରିଥିଲେ । ସୌଜନ୍ୟାଙ୍କ ସୁସାଇଡ ନୋଟ ପୋଲିସ ଉଦ୍ଧାର କରିଛି । ଏଥିପାଇଁ ସେ କାହାକୁ ଦାୟୀ କରି ନାହାନ୍ତି । ମୋର ପ୍ରିୟ ପରିବାରବର୍ଗ ମୁଁ ନେଇଥିବା ଏହି କଠୋର ପଦକ୍ଷେପ ପାଇଁ କ୍ଷମା ମାଗୁଛି ବୋଲି ଲେଖିଛନ୍ତି ।

ପୋଲିସ ଘଟଣାର ତଦନ୍ତ ଜୋରସୋରରେ ଆରମ୍ଭ କରିଦେଇଛି । ସୌଜନ୍ୟା ଦୀର୍ଘ ଦିନ ଧରି ମାନସିକ ଚାପରେ ଥିଲେ । ତାଙ୍କ ପୂର୍ବରୁ ଚଳିତ ବର୍ଷ ଟିଭି ଇଣ୍ଡଷ୍ଟ୍ରିର ଖ୍ୟାତନାମା ଅଭିନେତ୍ରୀ ଜୟଶ୍ରୀ ରମେୟା ମଧ୍ୟ ଆତ୍ମହତ୍ୟା କରିଥିଲେ ।

Leave A Reply

Your email address will not be published.