ଭୁବନେଶ୍ଵର: ଆମ ହିନ୍ଦୁ ପରମ୍ପରାରେ ଅଳତାର ବିଶେଷ ମହତ୍ତ୍ଵ ରହିଛି । ଯେକୌଣସି ବି ପୂଜା ପର୍ବ ହେଉ କିମ୍ବା ଶୁଭ ଦିନ ମହିଳା ମାନେ ପାଦରେ ଅଳତା ଲଗାଇଥାନ୍ତି। ଅଳତା କେବଳ ମହିଳାଙ୍କ ପାଦର ସୌନ୍ଦର୍ଯ୍ୟ ବଢାଇନଥାଏ ବରଂ ଏହା ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ମହିଳାଙ୍କ ପାଦରେ ଅଳତା ବହୁତ ଶୁଭ ବୋଲି ମଧ୍ୟ ବିବେଚନା କରାଯାଏ। ମହିଳାଙ୍କ ପାଦରେ ଅଳତା ସୁହାଗର ଚିହ୍ନ ବୋଲି କୁହାଯାଏ। ଅଳତାକୁ ହାତ ଓ ପାଦରେ ବ୍ୟବହାର କରାଯାଏ। ଏହା ଆପଣଙ୍କ ପାଦ ଓ ହାତକୁ ଥଣ୍ଡା ରଖିଥାଏ ଏବଂ ଶରୀରର ଚାପ କମ୍ କରିଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମହିଳାମାନେ ଅଳତା ଲଗାଇବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ଅଳତା ପିନ୍ଧନ୍ତୁ ନାହିଁ । ଅଳତା ଲଗାଇବା ସମୟରେ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଅଳତା ପିନ୍ଧିବା ଉଚିତ୍ । ମଙ୍ଗଳବାର ଦିନ ଭୁଲରେ ମଧ୍ୟ ବିବାହିତା ମହିଳାମାନେ ଗୋଡରେ ଅଳତା ଲଗାନ୍ତୁ ନାହିଁ ।
ମହିଳାମାନେ ଅଳତା ଲଗାଇସାରିବା ପରେ ତୁରନ୍ତ ଗୋଡ ଧୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଶୃଙ୍ଗାରର ଅପମାନ ହୁଏ ବୋଲି କୁହାଯାଏ । ଅଳତା ଲଗାଇବାର କିଛି ସମୟ ପରେ ଗୋଡ ଧୋଇ ପାରିବେ । ଅନେକ ଲୋକ ଅଛନ୍ତି ଅଳତା ଲଗାଇବା ସମୟରେ ପଛ ଗୋଇଠିକୁ ଛାଡି ଦିଅନ୍ତି କିମ୍ବା ସଠିକ୍ ଭାବରେ ଲଗାନ୍ତି ନାହିଁ । ତେବେ ଏପରି କରିବା ଅଶୁଭ ବୋଲି କୁହାଯାଇଥାଏ । ତେଣୁ ଅଳତା ଲଗାଇବା ସମୟରେ ସଠିକ୍ ଏବଂ ସମ୍ପୂଣ୍ଣ ଭାବରେ ଅଳତା ଲଗାନ୍ତୁ ।
Comments are closed.