Latest Odisha News

BREAKING NEWS

ଭୁଲରେ ବି ଘରର ଛାତ ଉପରେ ରଖନ୍ତୁ ନାହିଁ ଏହି ଜିନିଷ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁଖ ଓ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ । କିନ୍ତୁ ଅନେକ ସମୟରେ ପରିବାରରେ ଅଯଥା ଆର୍ଥିକ କ୍ଷତି ସହ କଳିଝଗଡ଼ା ଲାଗି ରହିଥାଏ । ଏହିସବୁ ପରିସ୍ଥିତି ବାସ୍ତୁ ନିୟମକୁ ନ ମାନିବା ଦ୍ଵାରା ହୋଇଥାଏ। ତେବେ ଘର ନିର୍ମାଣ ଓ ସାଜସଜ୍ଜା ସମୟରେ ବାସ୍ତୁ ନିୟମକୁ ଅନୁସରଣ କରିବା ଉଚିତ । ଏହି ଧାରାରେ ଏମିତି କିଛି ଜିନିଷ ଅଛି, ଯାହାକୁ ଘରର ଛାତ ଉପରେ ରଖିବା ଦ୍ଵାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ । ତେବେ ଆସନ୍ତୁ ଜାଣିବା ସେହିସବୁ ଜିନିଷ କ’ଣ?

କଳଙ୍କି ଲାଗିଥିବା ଲୁହାକୁ କେବେ ମଧ୍ୟ ଛାତ ଉପରେ ରଖନ୍ତୁ ନାହିଁ। ଲୁହାରେ ତିଆରି ଅଦରକାରୀ ପୁରୁଣା ବସ୍ତୁକୁ ମଧ୍ୟ ଛାତ ଉପରେ ରଖିବା ଭଲ ନୁହେଁ । ଏଭଳି କରିବା ଦ୍ଵାରା ଅଭାବ ଅନଟନ ଲାଗି ରୁହେ । ଫୁଲ କୁଣ୍ଡ ଛାତର ଶୋଭାବର୍ଦ୍ଧନ କରେ। କିନ୍ତୁ ଯଦି ତାହା ଭାଙ୍ଗି ଯାଇଛି, ତେବେ ଶୀଘ୍ର ତାହାକୁ ବାହାର କରିଦିଅନ୍ତୁ। ବାସ୍ତୁ ନିୟମ ଅନୁଯାୟୀ, ଏହା ଶୁଭ ନୁହେଁ। ଏହାଯୋଗୁଁ ଘରେ କଳହ ଉତ୍ପନ୍ନ ହୋଇଥାଏ ।

ଘର କାମ ସମୟରେ ବଳକା ଥିବା ବାଉଁଶକୁ ଲୋକମାନେ ଛାତ ଉପରେ ରଖିଦେଇଥାନ୍ତି । କିନ୍ତୁ ଏଭଳି କରିବା ଉଚିତ ନୁହେଁ | କାରଣ ଏହାଦ୍ଵାରା ଜୀବନରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୁଏ । ଛାତକୁ ସଫା କରିବା ପରେ ଅନେକ ଜଣ ଝାଡୁକୁ ସେହି ଛାତ ଉପରେ ଛାଡ଼ି ଦେଇ ଆସନ୍ତି। କିନ୍ତୁ ଏଭଳି କରନ୍ତୁ ନାହିଁ। ଏହାଦ୍ଵାରା ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କ କୋପଦୃଷ୍ଟି ପଡ଼ିଥାଏ । ଛାତ ଉପର ସବୁବେଳେ ସଫାସୁତରା ରଖନ୍ତୁ । ଶୁଖିଲା ପତ୍ରକୁ ବାହାର କରନ୍ତୁ | ନଚେତ୍ ଆର୍ଥିକ ସମସ୍ୟା ଆସିଥାଏ।

 

Leave A Reply

Your email address will not be published.