Latest Odisha News

BREAKING NEWS

ଆପଣଙ୍କ ଶରୀରରେ ଭିଟାମିନ B12ର ମାତ୍ରା କମ୍ ଅଛି କି? ତେବେ ସେବନ କରନ୍ତୁ ଏହି ସାବୁ ଖାଦ୍ୟ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭିଟାମିନ B12 ଶରୀରରେ ରେଡ ବ୍ଲଡ଼ ସେଲ୍ କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଓ ଶରୀରରେ ଟିସୁର ରିପେଆର କରିବାରେ ମୁଖ୍ୟ ରୂପ ଗ୍ରହଣ କରିଥାଏ । ଯଦି ଆପଣଙ୍କ ଶରୀରରେ ଉଚିତ ମାତ୍ରାରେ ଭିଟାମିନ B12 ନାହିଁ, ତେବେ ଏହା ଏନିମିଆ ହେବାର ଆଶଙ୍କା ସୃଷ୍ଟି କରିଥାଏ । ଭିଟାମିନ B12 ଶରୀରରୁ କମିବା ଦ୍ୱାରା ଗୋଡ଼ ହାତ ବଧୀରା ହେବା, ମୁଣ୍ଡ ବୁଲାଇବା, ଥକା ଲାଗିବା ଓ ଅଜ୍ଞ କମିବା, ମଳ ତ୍ୟାଗରେ ଅସୁବିଧା ଓ ଜିଭରେ ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ । ଯଦି ଆପଣଙ୍କ ଶରୀରରେ ଏହିସବୁ ଲକ୍ଷଣ ଦେଖା ଯାଉଛି ତେବେ ଆପଣଙ୍କୁ ନିଜ ଖାଦ୍ୟରେ କିଛିଟା ଜିନିଷ ସାମିଲ କରିବାକୁ ପଡିବ ।

ଅଣ୍ଡା:

ଅଣ୍ଡା ଆମ ଶରୀରରେ ଭିଟାମିନ B12 ର କମିକୁ ଦୂର କରିଥାଏ । ତେଣୁ ନିୟମିତ ଭାବରେ ସପ୍ତାହକୁ ୩ଟି ଅଣ୍ଡା ନିଜ ଖାଦ୍ୟରେ ସାମିଲ କରନ୍ତୁ ।

ଦହି:

ଦହିରେ ବିଭିନ୍ନ ଭିଟାମିନ ସହିତ ଭିଟାମିନ B12 ପ୍ରଚୁର ପରିମାଣ ରେ ରହିଥାଏ । ଆପଣ ଲୋ ଫ୍ୟାଟ ଦହିକୁ ନିୟମିତ ଭାବରେ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଏହାଦ୍ୱାରା ଶରୀରରୁ ଜରୁରୀ ପୋଷାକ ତତ୍ୱ ମିଳିଥାଏ ।

ଦୁଗ୍ଧ:

ଶାକାହାରୀ ଲୋକ ମାନଙ୍କ ପାଇଁ ଦହି ସହିତ ଦୁଗ୍ଧ ସେବନ ନିହାତି ଜରୁରୀ ଅଟେ । ଦୁଗ୍ଧରେ ଭିଟାମିନ B12 ପ୍ରଚୁର ମାତ୍ରାରେ ରହିଥାଏ । ପ୍ରତିଦିନ ଦୁଗ୍ଧ ସେବନ ଦ୍ୱାରା ଭିଟାମିନ B12 ସମସ୍ୟା ଦୂର ହୋଇଥାଏ ।

ଚିଙ୍ଗୁଡ଼ି ମାଛ:

ମାଂସାହାରୀ ଲୋକଙ୍କ ପାଇଁ ଚିଙ୍ଗୁଡ଼ି ମାଛ ଖାଇବା ଦ୍ୱାରା ଭିଟାମିନ B12 ର କମି ଦୂର ହୋଇଥାଏ ।

ଚିକେନ:

ଚିକେନ ମଧ୍ୟ ଭିଟାମିନ B12 ପାଇଁ ଗୋଟିଏ ଭଲ ବିକଳ୍ପ ଅଟେ । ତେଣୁ ନିୟମିତ ଭାବରେ ନହେଲେ ମଧ୍ୟ ସପ୍ତାହକୁ ୨ଥର ଚିକେନ ସେବନ କରିବା ଆବଶ୍ୟକ ।

ଓଟସମିଲ୍:

ସକାଳ ଜଳଖିଆ ରେ ଓଟସମିଲ୍ ଖାଇବା ଦ୍ୱାରା ଆମ ଶରୀରକୁ ପ୍ରଚୁର ମାତ୍ରାରେ ଫାଇବର ଓ ଅନ୍ୟାନ୍ୟ ଭିଟାମିନ ପ୍ରାପ୍ତ ହୋଇଥାଏ । ଓଟ୍ସମିଲ୍ ରେ ପ୍ରଚୁର ପରିମାଣ ରେ ଭିଟାମିନ B12 ରହିଥାଏ । ଯାହା ଆମ ଶରୀରକୁ ବିଭିନ୍ନ ରୋଗରୁ ଦୁରେଇ ରଖିଥାଏ ।

 

Leave A Reply

Your email address will not be published.