Latest Odisha News

ପେଟର ଚର୍ବି କମାଇବାକୁ ଚାହୁଁଥିଲେ ପ୍ରତିଦିନ କରନ୍ତୁ ଏହି ଯୋଗାସନ !

ଭୁବନେଶ୍ୱର: ଆଜିର ସମୟରେ ଖାଦ୍ୟପେୟ ମଣିଷର ଶାରୀରିକ ଗଠନକୁ ବଦଳିଦେଉଛି। ପେଟରେ ଚର୍ବି ବଢ଼ିବା ସମସ୍ୟା ଆଜିର ପିଢ଼ିର ମୁଖ୍ୟ ସମସ୍ୟା ଭାବେ ଆଗକୁ ଆସିଛି । ଯଦି ଆପଣଙ୍କ ବଢୁଥିବା ପେଟକୁ ନେଇ ଆପଣ ଚିନ୍ତିତ ରହିଛନ୍ତି ତେବେ ଏହି ଯୋଗ ଆସନକୁ ନିୟମିତ ଭାବେ ଅଭ୍ୟାସ କରିବା ଦ୍ୱାରା ବହୁତ ଶୀଘ୍ର ଫାଇଦା ମିଳିଥାଏ। ଏହାକୁ କରିବା ଦ୍ୱାରା ପେଟର ଚର୍ବି ହ୍ରାସ ହେବ। ଏହି ଆସନକୁ ବାଳାସନ କହନ୍ତି । ଆସନ୍ତୁ ଜାଣିବା କିପରି କରିବେ ବାଳାସନ …

ପ୍ରଥମେ ଏହି ଆସନ କରିବା ପାଇଁ ମ୍ୟାଟ ଉପରେ (ବଜ୍ରାସନ) ଆଣ୍ଠୁକୁ ମାଡି ବସି ଅଣ୍ଟା ବିଲକୁଲ ସିଧା ରଖନ୍ତୁ। ଏବେ ଦୀର୍ଘ ନିଶ୍ୱାସ ନେଇ ନିଜ ଶରୀରକୁ ଭାଙ୍ଗି ଆଗକୁ ମୁଣ୍ଡିଆ ମାରିଲା ପରି ରଖନ୍ତୁ। ଦୁଇ ହାତକୁ ଆଗକୁ ସିଧା କରି ରଖନ୍ତୁ। ମୁଣ୍ଡକୁ ତଳେ ଲଗାଇ ରଖିବାକୁ ଚେଷ୍ଟା କରନ୍ତୁ।

ଏବେ ଯେତେବେ ସମୟ ପାରିବେ ଏହି ମୁଦ୍ରାରେ ରହିବାକୁ ଚେଷ୍ଟା କରନ୍ତୁ। ଏବେ ପୁଣି ନିଶ୍ୱାସ ନେଇ ଶରୀରକୁ ଉପରି ଭାଗକୁ ଉଠାଇ ବଜ୍ରାସନ ମୁଦ୍ରାକୁ ଫେରି ଆସନ୍ତୁ।

ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏହି ଆସନ କରିବା ମନା।

ଏହି ଆସନ ଶରୀରର ଅନ୍ୟ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ। ଏହାଛଡା କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

Comments are closed.