Latest Odisha News

BREAKING NEWS

ମା’ ଝିଅକୁ ଧକ୍କା ଦେଲା ‘ମଦ୍ୟପ’ କାର ଡ୍ରାଇଭର

କଟକ: ଯେତେବେଳେ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ କରିବାକୁ ଯାଇ ସାରା ରାଜ୍ୟରେ ପୋଲିସ ଧରପଗଡ ଚଳାଇଛି ସେହି ସମୟରେ ଜଣେ ମଦ୍ୟପ କାର ଡ୍ରାଇଭର ମା’ ଝିଅକୁ ଧକ୍କା ଦେଇଛି। ଗୁରୁବାର ସଂଧ୍ୟାରେ କଟକରେ ଦେଖିବାକୁ ମିଳିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନରେ ସତିଚୌରା ଛକ ଆଡ଼କୁ ଏକ ଲାଲ୍ ରଙ୍ଗର ସୁଜୁକି ଓ୍ୱାଗନର କାର ଆସୁଥିଲା। ଏହି କାରକୁ ଜଣେ ଯୁବକ ଦ୍ରୁତ ଗତିରେ ଚଳାଉଥିଲେ। ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଥିବାରୁ ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ହରାଇଥିଲେ। ଏହି ସମୟରେ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ବସ୍ ଧରିବା ପାଇଁ ରାସ୍ତା କଡ଼ରେ ଅପେକ୍ଷା କରିଥିବା ମହିଳା ଓ ତାଙ୍କ ଝିଅଙ୍କୁ ଧକ୍କା ଦେଇଥିଲା କାରଟି।

ଧକ୍କା ଦେବା ପରେ କାରଟି ଏକ ଦୋକାନରେ ଯାଇ ବାଡେଇ ହୋଇଯାଇଥିଲା। ଏହାପୂର୍ବରୁ ସେଠାରେ ଥିବା ଏକ ବାଇକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମହିଳାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ କାର୍ ଚାଳକଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି କାରକୁ ଜବତ କରାଯାଇଛି।

Leave A Reply

Your email address will not be published.