ଭୁବନେଶ୍ବର: ସାଧାରଣତଃ ବୟସ୍କଙ୍କ ଠାରେ କୋଷ୍ଠକାଠିନ୍ୟ ସମସ୍ୟା ଅଧିକ ଦେଖାଯାଏ । ଖାଦ୍ୟପେୟ ଓ ବିଭିନ୍ନ ଔଷଧ ସେବନ ଯୋଗୁଁ ଏପରି ସମସ୍ୟା ହୋଇପାରେ । ସଠିକ୍ ସତର୍କତା ଅବଲମ୍ବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । କିନ୍ତୁ ଆଜିକାଲିର ଖାଦ୍ୟପେୟ ଓ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକେ ଏହି ସମସ୍ୟା ଭୋଗୁଛନ୍ତି ।
କେବଳ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ କୋଷ୍ଠକାଠିନ୍ୟ ହୁଏନି, ବରଂ ଏହାର ଆହୁରି ଅନେକ କାରଣ ହୋଇପାରେ ।
ଯେପରିକି, ପର୍ଯ୍ୟାପ୍ତ ମାତ୍ରାରେ ଫାଇବରଯୁକ୍ତ ଖାଦ୍ୟ ନ ଖାଇବା,କମ୍ ପାଣି ପିଇବା, ଅଧିକ ଚା ଓ କଫି ସେବନ,ମଦ୍ୟପାନ ଓ ଧୂମ୍ରପାନ କରିବା,ମାନସିକ ଚାପ ଓ ଅଶାନ୍ତି,
ଠିକ୍ ସମୟରେ ନ ଖାଇବା,ଶୋଇବା ସମୟ ଠିକ୍ ନ ରହିବା, ଡାଇବେଟିସ୍ ବି କୋଷ୍ଠକାଠିନ୍ୟର କାରଣ ହୋଇପାରେ ।
କୋଷ୍ଠକାଠିନ୍ୟର ଲକ୍ଷଣ ହେଲା-ମଳ କଠିନ ହେବା,ପେଟ ଭଲ ଭାବେ ସଫା ନହେବା ଅନୁଭବ,ସପ୍ତାହରେ ତିନି ଥରରୁ କମ୍ ମଳତ୍ୟାଗ,ମଳତ୍ୟାଗରେ ସମସ୍ୟା ହେବା ଆଦି ।
ଏହି କୋଷ୍ଠକାଠିନ୍ୟ ସମସ୍ୟାର ଘରୋଇ ଉପଚାର:
-ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ କ୍ଷୀରରେ ଦୁଇ ଛୋଟ ଚାମଚ ଘିଅ ମିଶାଇ ପିଅନ୍ତୁ
-ଶୋଇବା ପୂର୍ବରୁ ଗୋଟିଏରୁ ଦୁଇ ଛୋଟ ଚାମଚ ଭୁସି ପାଇଡରକୁ ଉଷୁମ ପାଣିରେ ମିଶାଇ ପିଅନ୍ତୁ
-ଏକ ଗ୍ଲାସ ପାଣିରେ ୨୦ କିସମିସ୍ ୧୨ ଘଣ୍ଟା ଭିଜାଇ ରଖିବା ପରେ ପାଣି ସହ ସେବନ କରନ୍ତୁ
-ଶୋଇବା ପୂର୍ବରୁ ଏକ ଛୋଟ ଚାମଚ ତ୍ରିଫଳା ଚୂର୍ଣ୍ଣ ୧୦୦ ଏମଏଲ ଉଷୁମ ପାଣିରେ ମିଶାଇ ପିଅନ୍ତୁ
ଏଥିସହ ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ । ଯେପରିକି ସକାଳୁ ଉଠିବା ପରେ ଖାଲି ପେଟରେ ୨ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ପ୍ରତିଦିନ ଅତିକମରେ ୩୦ ମିନିଟ୍ ବୁଲାବୁଲି କରନ୍ତୁ
। ଖାଦ୍ୟ ଖାଇବାର ୩୦ ମିନିଟ ପରେ ଏକ ଗ୍ଲାସ ନଖ ଉଷୁମ ପାଣି ପିଅନ୍ତୁ । ସେହିପରି ଫାଇବାର ଯୁକ୍ତ ଖାଦ୍ୟ, ପନିପରିବା ଓ ଫଳ ଖାଆନ୍ତୁ । ସେଓ, କୋଳି, ବ୍ଲୁବେରୀ, ସବୁଜ ପତ୍ରଯୁକ୍ତ ପରିବା, ବ୍ଲୋକଲି, ଫୁଲକୋବି, ବିନ୍ସ, କଦଳୀ, କଖାରୁ, ବାଦାମ, ରୁଟି, ଓଟ୍ସ ଖାଇପାରିବେ । ତେଲ ଛଣା ଖାଦ୍ୟ, ମିଠା, ସୋଡା ପାନୀୟରୁ ଦୂରେଇ ରୁହନ୍ତୁ । ଦୈନିକ ୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ ।
Comments are closed.