ଭୁବନେଶ୍ବର: ଛାଡପତ୍ର ମନ୍ଦିରର ନାମ ଶୁଣି ପ୍ରଥମେ ମୁଣ୍ଡକୁ ଆସିବ ଯେ ଲୋକମାନେ ଏଠାରେ ଛାଡପତ୍ର ଦେଉଥିବେ । କିନ୍ତୁ ଏହା ଭୁଲ୍ ଧାରଣା । ଏହି ମନ୍ଦିରର ଇତିହାସ ପ୍ରାୟ ସାତଶହ ବର୍ଷ ପୁରୁଣା ଏବଂ ଏଠାରେ କେହି ଛାଡପତ୍ର ଦିଅନ୍ତ ନାହିଁ । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ ଯଦି ଏହି ମନ୍ଦିରରେ ଛାଡପତ୍ର ନେଉନାହାଁନ୍ତି ତେବେ ଏହାର ନାମ ଛାଡପତ୍ର ମନ୍ଦିର କାହିଁକି ରଖାଗଲା? ତେବେ ଆସନ୍ତୁ ଜାଣିବା ଏହି ମନ୍ଦିରର ଇତିହାସ ବିଷୟରେ…
ଏହି ମନ୍ଦିରଟି ବେସାହାରା ମହିଳାଙ୍କ ପାଇଁ ଦ୍ୱିତୀୟ ଘର ପରି । କୁହାଯାଏ ଯେ ଏହି ମନ୍ଦିର ଏପରି ଏକ ସମୟରେ ନିର୍ମିତ ହୋଇଥିଲା ଯେତେବେଳେ ମହିଳାମାନଙ୍କ ପାଖରେ କୌଣସି ଅଧିକାର ନଥିଲା। ଘରୋଇ ହିଂସା ଏବଂ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କୁ ସହାୟତା ଯୋଗାଇବା ପାଇଁ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ଘରୋଇ ହିଂସା ଏବଂ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କୁ ସହାୟତା ଯୋଗାଇବା ପାଇଁ ଏହି ମନ୍ଦିର ନିର୍ମାଣ କରାଯାଇଥିଲା।
ତେବେ ଏହି ମନ୍ଦିର କେଉଁଠାରେ ଅଛି ଜାଣିଛନ୍ତି କି? ଏହି ମନ୍ଦିର ଜାପାନର କନାଗଓ୍ବା ଜିଲ୍ଲାର କାମାକୁରା ସହରରେ ଅବସ୍ଥିତ ମତ୍ସସୁଓକା ଟୋକେଇଜି ମନ୍ଦିରକୁ ଛାଡପତ୍ର ମନ୍ଦିର ବୋଲି କୁହାଯାଏ ।
ଜାପାନର ଛାଡପତ୍ର ମନ୍ଦିର କାକୁସାନ୍ ଶିଡୋ-ନି ଦ୍ୱାରା ନିର୍ମିତ ହୋଇଥିଲା । ସେତେବେଳର ସମୟ ଥିଲା ଯେତେବେଳେ ମହିଳାମାନଙ୍କର ପାଖରେ ଅଧିକାର ନଥିଲା । ମହିଳାମାନେ ବିବାହ କରୁଥିଲେ ଏବଂ ଯେତେବେଳେ ପୁରୁଷମାନେ ସେହି ବିବାହରେ ଖୁସି ନଥିଲେ, ସେମାନେ ମହିଳାମାନଙ୍କୁ ଛାଡପତ୍ର ଦେଇଦେଉଥିଲେ। ଏଭଳି ପରିସ୍ଥିତିରେ ଏହି ମନ୍ଦିର ଏହି ମହିଳାମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳ ପାଲଟିଥିଲା । ଏହି ମନ୍ଦିରରେ କିଛି ଦିନ ରହିବା ପରେ ମହିଳାମାନଙ୍କୁ ବିବାହ ସମ୍ପର୍କ ଭାଙ୍ଗିବାକୁ ଅନୁମତି ମିଳିଯାଇଥାଏ ।
Comments are closed.