Latest Odisha News

BREAKING NEWS

ପଦ୍ମଭୂଷଣ କି ପଦ୍ମଶ୍ରୀ ନୁହେଁ, ପୂର୍ବରୁ ଏହି ନାମରେ ଜଣା ଯାଉଥିଲା ପଦ୍ମ ସମ୍ମାନ

ନୂଆଦିଲ୍ଲୀ: ୨୦୨୫ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଅର୍ଥାତ୍ ଗତକାଲି କେନ୍ଦ୍ର ସରକାର ୨୦୨୫ର ପଦ୍ମ ସମ୍ମାନ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ପଦ୍ମ ବିଜେତା ତାଲିକାରେ କିଛି ଅଜଣା ଓ କେତେକ ଅନନ୍ୟ ପ୍ରତିଭାଧାରୀଙ୍କ ନାମ ରହିଛି । ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ତାଲିକାରେ ମୋଟ ମୋଟ ୧୩୯ ଜଣଙ୍କୁ ନାମ ଘୋଷଣା କରାଯାଇଛି। ସେଥି ମଧ୍ୟରେ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୧୩ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର।  ପଦ୍ମଶ୍ରୀ ପୁରସ୍କାର ପାଇଥିବା ୧୧୩ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଓଡ଼ିଆ। ବିଶିଷ୍ଟ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ନାଁ ଘୋଷଣା କରାଯାଇଛି। ସେହିପରି ଭାସ୍କର୍ଯ୍ୟ କଳା ଲାଗି ଶିଳ୍ପୀ ଅଦ୍ଵୈତ ଚରଣ ଗଡନାୟକଙ୍କ ନା ଘୋଷଣା କରାଯାଇଛି। କଳାକ୍ଷେତ୍ରରେ ଓଡ଼ିଶୀ ନୃତ୍ୟୁଗୁରୁ ଦୁର୍ଗାଚରଣ ରଣବୀର ଏବଂ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରତିଭା ଶତପଥୀଙ୍କ ନାଁ ଘୋଷଣା କରାଯାଇଛି ।

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ପଦ୍ମ ପୁରସ୍କାରକୁ ତିନୋଟି ଭାଗରେ ଭାଗ କରାଯାଇଥାଏ । ପଦ୍ମବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ । ତେବେ ଆପଣ ଜାଣନ୍ତି କି ପୂର୍ବରୁ କେନ୍ଦ୍ର ସରକାର ଦେଉଥିବା ପଦ୍ମଭୂଷଣ, ପଦ୍ମ ବିଭୂଷଣ ଏବଂ ପଦ୍ମଶ୍ରୀ ପଦକର ନାମ ଏହା ନଥିଲା । ଏହି ପୁରସ୍କାର ଅନ୍ୟ ଏକ ନାମରେ ଜଣାଯାଉଥିଲା । ଯାହା ଏବେବି ଅନେକ ଲୋକଙ୍କୁ ଅଜଣା । ତେବେ ଆସନ୍ତୁ ଜାଣିବା ଏହାର ଇତିହାସ …

ବାସ୍ତବରେ ପଦ୍ମ ପୁରସ୍କାର ପ୍ରଦାନ ଭାରତ ରତ୍ନରୁ ଆରମ୍ଭ ହୋଇଥିଲା। ଦେଶର ସ୍ଵାଧୀନତା ପରେ ଭାରତ ସରକାର ୧୯୫୪ ମସିହାରେ ଭାରତ ରତ୍ନ ଏବଂ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ, ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ଏବଂ ଅତୁଳନୀୟ ସେବା ପାଇଁ ଏହି ପୁରସ୍କାରଗୁଡ଼ିକ ଦିଆଯାଏ । କଳା, ସାମାଜିକ କାର୍ଯ୍ୟ, ବିଜ୍ଞାନ, ଇଞ୍ଜିନିୟରିଂ, ବ୍ୟବସାୟ, ଶିଳ୍ପ, ଔଷଧ, ସାହିତ୍ୟ, କ୍ରୀଡା ପରି ବିଭିନ୍ନ କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ସେମାନଙ୍କ ନାମ ଘୋଷଣା କରାଯାଏ, ଏହା ପରେ ମାର୍ଚ୍ଚ-ଏପ୍ରିଲ ମାସରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ବିଜେତାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

୧୯୫୪ରେ ଭାରତ ରତ୍ନ ସହ ଯେତେବେଳେ ପଦ୍ମ ପୁରସ୍କାରର ଘୋଷଣା କରାଯାଇଥିଲା, ସେତେବେଳେ କେବଳ ପଦ୍ମ ବିଭୂଷଣ ପ୍ରଦାନ କରାଯାଉଥିଲା। ଏହାର ତିନୋଟି ଶ୍ରେଣୀ ଥିଲା, ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀ । ତେବେ ଏହି ନାମ କେବଳ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା ​। ଜାନୁଆରୀ ୮, ୧୯୫୫ରେ ରାଷ୍ଟ୍ରପତି ଭବନ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହି ପୁରସ୍କାରର ନାମ ପଦ୍ମଭୂଷଣ, ପଦ୍ମ ବିଭୂଷଣ ଏବଂ ପଦ୍ମଶ୍ରୀ ନାମରେ ପରିବର୍ତ୍ତନ କରାଯାଇଥିଲା।

ଲଗାତାର ଦୁଇରୁ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ଦିଆଯାଇପାରିବ ନାହିଁ । ଏଥିପାଇଁ ଏକ ନିୟମ ମଧ୍ୟ ଅଛି । ସରଳ ଭାଷାରେ କହିବାକୁ ଗଲେ, ଯଦି ଜଣେ ବ୍ୟକ୍ତିଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି, ତେବେ ତାଙ୍କୁ ପାଞ୍ଚ ବର୍ଷ ପରେ ପଦ୍ମ ବିଭୂଷଣ କିମ୍ବା ପଦ୍ମଭୂଷଣରେ ସମ୍ମାନିତ କରାଯାଇପାରିବ । ତେବେ ବିଶେଷ କୌଣସି କ୍ଷେତ୍ରରେ ଏହି ନିୟମକୁ ପରିବର୍ତ୍ତନ କରାଯାଇପାରିବ ।

 

Comments are closed.