ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ସକାଳଠୁ ସୋସିଆଲ ମିଡିଆରେ #BoycottMarriage ଟ୍ରେଣ୍ଡ କରୁଛି। ଆଉ ଯିଏ ଦେଖିବ ସେ ଭାବିବ ବୋଧେ ବିବାହ କରିବାକୁ କେହି ଆଉ ଚାହୁଁନ ନାହାନ୍ତି। ଏହା ଭାବିବା ବି ସ୍ବାଭାବିକ । ନିକଟରେ ବଲିଉଡର ‘ବ୍ରହ୍ମାସ୍ତ୍ର’ ଫିଲ୍ମ ରିଲିଜ ହୋଇଛି ତେଣୁ ଆକଳନ କରାଯାଉଥିଲା ବୋଧହୁଏ ଫିଲ୍ମକୁ ନେଇ କୌଣସି ବିବାଦ ରହିଛି । ପରେ କିନ୍ତୁ ଜଣାପଡିଛି ଯେ ଫିଲ୍ମଟି ଭାଇରାଲ ହେଉଥିବା କେରଳ ହାଇକୋର୍ଟର ବିଚାରପତି ମହମ୍ମଦ ମୁସ୍ତାକଙ୍କ ମନ୍ତବ୍ୟକୁ ନେଇ ହୋଇଛି।
ଯଦିଓ ଏହି ଟ୍ବିଟର ସତ୍ୟତା କଣ ଜାଣିନୁ ହେଲେ ‘ଲାଇଭ୍ ଲ’ ଭଳି ପ୍ରତିଷ୍ଠିତ ସଂସ୍ଥା ହାଇକୋର୍ଟ ବିଚାରପତିଙ୍କ ମନ୍ତବ୍ୟକୁ ଉଦ୍ଧୃତ କରି ଫଟୋ ସେୟାର କରିବାପରେ ଏହି ପ୍ରସଙ୍ଗକୁ ନେଇ ନାନା ମତ ପ୍ରକାଶ ପାଇଛି।
ସୋସିଆଲ ମିଡିଆରେ ଭାଇରାଲ ଟ୍ୱିଟରେ ଦାବି କରାଯାଇଛି ଯେ କେରଳ ହାଇକୋର୍ଟର ବିଚାରପତି ମହମ୍ମଦ ମୁସ୍ତାକ୍ ଧାରା 376 ଉପରେ ନିଜର ବିବୃତ୍ତି ଦେଇଛନ୍ତି । ଯାହା ଶୁଣାଣି ସମୟରେ ବଳାତ୍କାରର ଏକ ମାମଲା। ଭାଇରାଲ୍ ଟ୍ୱିଟ୍ ଅନୁଯାୟୀ ସେ ମନ୍ତବ୍ୟ ଦେବାବେଳେ ଲେଖିଛନ୍ତି, ‘ଧାରା 376 ଲିଙ୍ଗଗତ ସମାନତା ପ୍ରଦାନ କରେ ନାହିଁ। ଯଦି ବିବାହର ମିଥ୍ୟା ପ୍ରତିଶ୍ରୁତି ଅନୁଯାୟୀ ଜଣେ ମହିଳା ପୁରୁଷକୁ ପ୍ରତାରଣା କରେ, ତେବେ ତାଙ୍କୁ କୋର୍ଟ ଚାଲାଣ କରାଯାଇପାରିବ ନାହିଁ। କିନ୍ତୁ ସମାନ ଅପରାଧ ପାଇଁ ଜଣେ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇପାରେ। ଏହା କି ପ୍ରକାର ନିୟମ? ଏହା ଲିଙ୍ଗ ନିରପେକ୍ଷ ହେବା ଉଚିତ୍ । ଏହି ଟ୍ୱିଟକୁ ଭାଇରାଲ କରିବା ପରେ ଲୋକମାନେ ବିବାହ ବୟକଟର ନାରା ଦେଇଛନ୍ତି।
ତଳେ ଆମେ ସେହିସବୁ ଟ୍ବିଟକୁ ସଂଲଗ୍ନ କରୁଛୁ।
Equality is a myth. #MarriageStrike #BoycottMarriage pic.twitter.com/Y5l1hGSbOd
— Dhruv 🇮🇳 (@Dhruv_018) September 10, 2022
I agree #BoycottMarriage pic.twitter.com/6goMgGsIYh
— Road Runner 🇮🇳 (@iwinfairly) September 10, 2022
Comments are closed.