Latest Odisha News

BREAKING NEWS

ପୂର୍ବାଂଚଳ ଆନ୍ତଃରାଜ୍ୟ ବ୍ୟାଡମିଂଟନ: ଇତିହାସ ରଚିଲେ ଓଡିଆ ଖେଳାଳି

ଭୁବନେଶ୍ୱର: ଓଡିଶାର ବ୍ୟାଡମିଂଟନ ଖେଳାଳିମାନେ ପୂର୍ବାଂଚଳ ଆନ୍ତଃ ରାଜ୍ୟ ବ୍ୟାଡମିଂଟନରେ ଇତିହାସ ରଚିଛନ୍ତି । ଉତରପ୍ରଦେଶର ଗୋରଖପୁର ଲାଭନିସ ଏକାଡେମୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଆୟୂଷ ପଟ୍ଟନାୟକ ଓ ଅବିନାଶ ମହାନ୍ତି ଯୋଡି ପୁରୁଷ ଡବଲ୍ସରେ ଟାଇଟଲ ହାସଲ କରିଛନ୍ତି । ସେମାନେ ପ୍ରଥମ ଓଡିଆ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି ।

ସେହିପରି ଜୁନିୟର ମିକ୍ସଡ ଡବଲ୍ସରେ ଅଭିଜିତ ମହାରାଣା ଓ ହର୍ଷିତା ରାଉତ ଯୋଡି ରନର୍ସଅପ ହୋଇଛନ୍ତି । ପୂର୍ବରୁ ଓଡିଶା ଟିମ ଏହି ପ୍ରତିଯୋଗିତାରେ ଏ ଭଳି ସଫଳତା ହାସଲ କରି ନ ଥିଲା । ପ୍ରତିଯୋଗିତାରେ ଓଡିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ୟୁପିର ୨୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.