Latest Odisha News

BREAKING NEWS

ମଜାଳିଆ ଅନ୍ଦାଜରେ କରୋନା ସହ ଲଢ଼ିବାକୁ ଟିପ୍ସ ଦେଲେ ଡାକ୍ତର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାର ଭୟାବହତା ଜାରି ରହିଛି । କାୟା ମେଲାଇ ଚାଲିଥିବା କରୋନା ଭୂତାଣୁ ପାଇଁ ଏଯାଏଁ କୌଣସି ଔଷଧ ଆସିନି । ଚୀନରେ ଏପର୍ଯ୍ୟନ୍ତ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୧୭ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଚୀନ ବ୍ୟତୀତ ବିଶ୍ୱର ଅନେକ ସ୍ଥାନରେ କରୋନା ଭୂତାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି । ଲୋକଙ୍କୁ କନ୍ଦାଉଛି କରୋନା । ସେପଟେ କରୋନା ଉପରେ ଭିଡିଓ କରି ଲୋକଙ୍କୁ ହସିବାକୁ ବାଧ୍ୟ କରୁଛନ୍ତି ଜଣେ ଭାରତୀୟ ।

ଜଗଦୀଶ ଚତୁର୍ବେଦୀ ନାମକ ଏହି ବ୍ୟକ୍ତି କରୋନା ଭାଇରସ ସହିତ କେମିତି ଲଢ଼ିବେ ଓ ନିଜକୁ ସୁରକ୍ଷିତ ରଖିବେ ସେ ନେଇ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ଦେଖିଲେ । ଆପଣ ହସି ହସି ଗଡିଯିବେ । ସେଥିରେ ସେ କହିଛନ୍ତି, “ମୁଁ କରୋନା ଭାଇରସ । ମୋ ଠାରୁ କେମିତି ଦୂରେଇ ରହିବେ ସେଥିପାଇଁ ମୋ ପାଖରେ ଆପଣଙ୍କ ପାଇଁ ଏକ ମେସେଜ ଅଛି । ମୋ ଭଳି ମୋତେ ଭାଇରାଲ କରନ୍ତୁ ।” ଜଗଦୀଶ ହେଉଛନ୍ତି ଜଣେ ଡାକ୍ତର ଓ ଷ୍ଟାଣ୍ଡଅପ୍ କମେଡିଆନ୍ ।

Leave A Reply

Your email address will not be published.