Latest Odisha News

BREAKING NEWS

ଆଦିବାସୀ ମେଳାର ୮ମ ସନ୍ଧ୍ୟା; ସେଲ୍ଫି ଜୋନରେ ଜମୁଛି ଭିଡ଼

ଭୁବନେଶ୍ୱର: ଆଦିବାସୀ ମେଳାର ଅଷ୍ଟମ ସଂଧ୍ୟାରେ ମେଳା ପରିସରରେ ଦର୍ଶକଙ୍କ ଖୁବ ଭିଡ ପରିଲକ୍ଷିତ ହୋଇଛି।

ଖାସକରି ମେଳା ପରିସରରେ ଥିବା ସେଲ୍ଫି ଜୋନ୍ ସମସ୍ତଙ୍କୁ ଏକପ୍ରକାର ଆକର୍ଷିତ କରିଥିଲା। ଆବାଳବୃଦ୍ଧବନିତା ଦଳ ଦଳ ହୋଇ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫଟୋ ଉଠାଇବାର ମଜ୍ଜା ମଧ୍ୟ ନେଇ ଥିଲେ।

ମେଳାରେ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବର ଶେଷ ରଜନୀ ଥିବାବେଳେ ଗୁଜୁରାଟ, ନାଗାଲ୍ୟାଣ୍ଡ, ମହାରାଷ୍ଟ୍ର, ମଣିପୁର, ସିକିମ, ଅରୁଣାଚଳ ପ୍ରଦେଶ, ଆସାମର, ସମେତ ଓଡ଼ିଶାର ଗାଦବା ଜନଜାତିଙ୍କ ନୃତ୍ୟ ପରିବେଷଣ ଖୁବ୍ ଆକର୍ଷଣୀୟ ହୋଇଥିଲା ।

ଲୋକେ ନୃତ୍ୟମଣ୍ଡପ ସମ୍ମୁଖରେ ଛିଡାହୋଇ ନୃତ୍ୟ ଦେଖିବା ସହିତ ମେଳା ପରିସରରେ ଲାଗିଥିବା ବଡ ବଡ ଟିଭି ପରଦାରେ ବି ନୃତ୍ୟକୁ ଉପଭୋଗ କରିଥିଲେ । ସେହିଭଳି ଅଷ୍ଟମ ସଂଧ୍ୟାରେ ଖାଦ୍ୟମେଳା ପରିସରରେ ବେଶ୍ ଗହଳି ପରିଲକ୍ଷିତ ହୋଇଥିଲା । ଅନେକ ଦର୍ଶକ ଖାଦ୍ୟ ପାଇବାପାଇଁ ବେଶ୍ କସରତ କରୁଥିଲେ ।

ଏଥି ସହିତ ଆଦିବାସୀ ହାଟରେ ମିଳୁଥିବା ଅନେକ ଜୈବିକ ସାମଗ୍ରୀକୁ ବି ଲୋକେ ବହୁ ମାତ୍ରାରେ ଖରିଦ କରିଥିଲେ ।

ତେବେ ସିସିଟିଭି ଲାଗିବା ଓ ସୁରକ୍ଷାକର୍ମୀଙ୍କ ସଜାଗ ଦୃଷ୍ଟି ଯୋଗୁଁ ମେଳା ପରିସରରେ ଏତେ ସଂଖ୍ୟାରେ ଜନ ସମାଗମ ସତ୍ୱେ କୌଣସି ଅଘଟଣ ଘଟିନଥିବା ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.