Latest Odisha News

BREAKING NEWS

୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଡାକ୍ତର ଗିରଫ

ବାରିପଦା: ଲାଞ୍ଚ ନେବା ବେଳେ ଡାକ୍ତର ବାବୁ ଗିରଫ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଡାକ୍ତର ଦେବୀଦତ୍ତ ପାତ୍ରଙ୍କୁ ଧରିଥିଲା ଭିଜିଲାନ୍ସ । ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ସେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ଟଙ୍କା ନେବା ବେଳେ ଧରିଥିଲା ଭିଜିଲାନ୍ସ ।

ଡାକ୍ତର ଦେବୀଦତ୍ତ ପାତ୍ରଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଏହାପରେ ତାଙ୍କର ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ସୀମାଗାଡ଼ିଆ ସ୍ଥିତ ପୈତୃକ ଘରେ ରେଡ୍ ହୋଇଥିଲା । ଡାକ୍ତର ଦେବଦତ୍ତ ପାତ୍ରଙ୍କ ନାଁରେ ଏକ ମାମଲା ରୁଜୁ କରି ଖୋଳତାଡ କରୁଛି ଭିଜିଲାନ୍ସ ।

Leave A Reply

Your email address will not be published.