Latest Odisha News

BREAKING NEWS

ଅସୁସ୍ଥ ନାବାଳିକାକୁ ଅସଦାଚରଣ, ଡାକ୍ତର ଗିରଫ

ବାରିପଦା : ରକ୍ଷକ ସାଜିଲା ଭକ୍ଷକ । ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଡାକ୍ତର । ଏପରି ଲଜ୍ଜ୍ୟାଜନକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ନାବାଳିକା ଜଣକ ଅଷ୍ଟମ ଶ୍ରେଣୀ ଛାତ୍ରୀ  । ଗତକାଲି ବିଳମ୍ୱିତ ରାତିରେ ବାରିପଦା ସହର ଉପକଣ୍ଠରେ ଥିବା ଏକ ଆଦିବାସୀ ହଷ୍ଟେଲରେ ରହୁଥିବା ନାବାଳିକା ଜଣକ ଅସୁସ୍ଥତା ଅନୁଭବ କରିଥିଲେ ।

ପରିବାର ଲୋକେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ (ପିଆରଏମ୍)ର ଶିଶୁ ବିଭାଗରେ ଭର୍ତ୍ତି କରିଥିଲେ । ନାବାଳିକାକୁ ଡାକ୍ତର ସୌରଭ ଉପାଧ୍ୟାୟ ନିଜ ଚାମ୍ବରକୁ ଡାକି ଚିକିତ୍ସା କରିଥିଲେ  । ଆଉ ପରିବାର ଲୋକଙ୍କୁ ଚ୍ୟାମ୍ୱର ବାହାରକୁ ବାହାର କରିଦେଇଥିଲେ । ଚିକିତ୍ସା ବାହାନାରେ ଡାକ୍ତର ଜଣକ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଏଥିରେ ପରିବାର ଲୋକ ଉତକ୍ଷିପ୍ତ ହୋଇଥିଲେ  । ଯାହାକୁ ନେଇ ମେଡ଼ିକାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ଲୋକେ ସମ୍ପୃକ୍ତ ଡାକ୍ତରଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ  । ବାରିପଦା ଟାଉନ୍‌ ପୁଲିସ୍‌ ମେଡ଼ିକାଲ୍‌ରେ ପହଞ୍ଚି ଡାକ୍ତରଙ୍କୁ ଥାନାରେ ଅଟକ ରଖିଥିଲା । ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତର ସୌରଭ ଉପାଧ୍ୟାୟ । ନାବାଳିକାଙ୍କୁ ଅସଦାଚରଣ କରିନଥିବା କହିଛନ୍ତି ।

ସେପଟରେ ଡାକ୍ତର ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ମାମଲା ରୁଜୁ କରି ଡାକ୍ତରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.