Latest Odisha News

BREAKING NEWS

ପିପିଇ କିଟ୍ ପିନ୍ଧି ହ୍ରିତିକ୍‌ଙ୍କ ଘୁଙ୍ଗୁରୁ ଗୀତରେ ନାଚିଲେ ଡାକ୍ତର

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ଜଣେ ଡାକ୍ତରଙ୍କ ନୃତ୍ୟ‌ର ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। କେବଳ ସେତିକି ନୁହେଁ ଏହି ଡାକ୍ତର ଜଣଙ୍କ ଭିଡିଓ ଦେଖି ଅଭିନେତା ହ୍ରିତିକ୍‌ ରୋସନ୍‌ ମଧ୍ୟ ବିଭୋର ହୋଇଯାଇଛନ୍ତି। ହ୍ରିତିକ୍‌ ତାଙ୍କ ନୃତ୍ୟର ଷ୍ଟେପ୍‌କୁ ଅନୁସରଣ କରି ନିଜେ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।

ଆସାମ ସିଲ୍‌ଚର ମେଡିକାଲ କଲେଜର ଇଏନ୍‌ଟି ସର୍ଜନ ଡାକ୍ତର ଅରୂପ ସେନାପତି ପିପିଇ କିଟ୍‌ ପିନ୍ଧି ହ୍ରିତିକଙ୍କ ଚଳଚ୍ଚିତ୍ର ‘ୱାର୍‌’ର ଘୁଂଘୁରୁ ଟୁଟ୍‌ ଗଏ… ସଙ୍ଗୀତରେ ନୃତ୍ୟ କରୁଥିବାର ଏକ ଭିଡିଓ ତାଙ୍କ ସହକର୍ମୀ ଡାକ୍ତର ସାଏଦ ଫୈଜନ୍‌ ଅହମଦ୍‌ ଟୁଇଟ୍‌ର‌ରେ ସେୟାର କରିଥିଲେ।

ଏହାସହ ଲେଖିଥିଲେ, ମୋ ସହକର୍ମୀ ତଥା କୋଭିଡ୍‌ ଯୋଦ୍ଧା ଡାକ୍ତର ଅରୂପ ସେନାପତିଙ୍କୁ ଭେଟନ୍ତୁ। କୋ‌ଭିଡ୍‌ ୱାର୍ଡରେ କୋଭିଡ୍‌ ରୋଗୀଙ୍କ ମନରେ ସକାରାତ୍ମକ ଭାବନା ଆଣିବାକୁ ଡାକ୍ତର ଅରୂପ ଏପରି ନୃତ୍ୟ ପ୍ରଦର୍ଶନ କରିଛନ୍ତି।

ତେବେ ଡାକ୍ତରଙ୍କ ଏହି ନୃତ୍ୟ ହ୍ରିତିକ୍‌ଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ସେ ରି ଟୁଇଟ୍ କରି ଲେଖିଛନ୍ତି, ଅରୂପଙ୍କୁ କୁହନ୍ତୁ କେବେ ଆସାମ ଗଲେ ତାଙ୍କଠାରୁ ମୁଁ ଏହି ନୃତ୍ୟ ଶିଖିବି ଓ ତାଙ୍କ ଭଳି ସୁନ୍ଦର ଭାବେ କରିବାକୁ ଚେଷ୍ଟା କରିବି। ଭିଡିଓଟି ଏବେ ଟୁଇଟ୍‌ରରେ ଚହଳ ସୃଷ୍ଟି କରିଥିବା ବେଳେ ରାତିକ  ଭିତରେ ଏହାକୁ ୬୬.୨ ହଜାର ଲାଇକ୍‌ ମିଳିସାରିଛି। ସେହିପରି ୧୫.୨ ହଜାର ଲୋକ ଏହାକୁ ରି-ଟୁଇଟ୍‌ ମଧ୍ୟ‌ କରିଛନ୍ତି।

Leave A Reply

Your email address will not be published.