Latest Odisha News

ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

ମୟୂରଭଂଜ: ଦଳିଦେଲା ଦନ୍ତା । ମୟୂରଭଂଜ ଜିଲ୍ଳା ମୋରଡା, ବେତନଟୀ, ରାସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ତଣ୍ଡବ ରଚିଛନ୍ତି । ରସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜଣେ ମହିଳା ବୋଲି ଜଣାପଡିଛି । ଏଥିସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାର କରଂଜିଆ ବ୍ଲକ ଅଂଚଳରେ ମଧ୍ୟ ହାତୀ ପଲ ବ୍ୟାପକ ଧାନଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ଦୀର୍ଘଦିନ ହେବ ହାତୀପଲ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ତାଣ୍ଡବଲୀଳା କରୁଥିବା ବେଳେ ବନବିଭାଗ ହାତୀ ଘଉଡାଇବା ଉଦ୍ୟମରେ ବିଫଳ ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋର ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅଧିନ ପଳାଶମୁଣ୍ଡଳୀ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତ ବୃଦ୍ଧା ପଳାଶମୁଣ୍ଡଳୀ ଗ୍ରାମର ସୁଭଦ୍ରା ରଣା  । ତାଙ୍କ ବୟସ ୬୫ ବର୍ଷ । ମଙ୍ଗଳବାର ଭୋରରୁ ସୁଭଦ୍ରା ରଣା ଫୁଲ ତୋଳୁଥିବା ବେଳେ ଅଚାନକ ହାତୀ ପଛପଟୁ ଆସି ଆକ୍ରମଣ କରିଥିଲା ।

ସେହିପରି ଟୁକପଳାସିଆ ଗ୍ରାମର ଇନ୍ଦ୍ରଜିତ ମହାନ୍ତ ଓ ନଇତନି ମହାନ୍ତ ଦନ୍ତାହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଖବରପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି ।

Leave A Reply

Your email address will not be published.