Latest Odisha News

BREAKING NEWS

୬୨ବର୍ଷ ପରେ ବ୍ୟକ୍ତି ଜାଣିଲେ ଦେଶର ନୁହଁନ୍ତି ନାଗରିକ, ଏବେ କୋର୍ଟ ଦୌଡ଼ୁଛନ୍ତି

ୱାଶିଂଟନ୍‌: ଆମେରିକାର ଉତ୍ତର ଭର୍ଜିନିଆରେ ରୁହନ୍ତି ଡ଼ାକ୍ତର ସିୟାବଶ ସୋଭାନି । ଦୀର୍ଘ ୬୨ବର୍ଷ ପରେ ସେ ଦେଶର ନାଗରିକ ନୁହଁନ୍ତି ବୋଲି ଜାଣିବାକୁ ପାଇଛନ୍ତି । ଏତେବର୍ଷ ପରେ ସେ ଯେତେବେଳେ ପାର୍ସପୋର୍ଟ ନବୀକରଣ କରିବାକୁ ବିଭାଗରେ ପହଞ୍ଚିଥିଲେ, ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ପିଲାଟିବେଳରୁ ତାଙ୍କ ନାଗରିକତା ସରିଯାଇଛି ।

ବାସ୍ତବରେ,ସୋଭାନିଙ୍କୁ ନାଗରିକତା ଦିଆଯିବା ଉଚିତ ନ ଥିଲା । ତାଙ୍କୁ ଏହା ଭୂଲ ବଶତଃ ମିଳିଯାଇଛି । ତାଙ୍କ ଜନ୍ମ ସମୟରେ ତାଙ୍କ ବାପା ଇରାନ ଦୂତାବାସର ରାଷ୍ଟ୍ରଦୂତ ଥିଲେ । ସୋଭାନି କହିଛନ୍ତି, ନୂଆ ପାର୍ସପୋର୍ଟ ପାଇଁ ଯେତେବେଳେ ବିଭାଗରେ ପହଞ୍ଚିଥିଲି ଏ ସମ୍ପର୍କରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ବିଦେଶ ବିଭାଗ ଦ୍ୱାରା ମିଳିଥିବା ଚିଠି ଅନୁସାରେ, ଆମେରିକାରେ ଯେଉଁ ଅଭିଭାବକ ରାଷ୍ଟ୍ରଦୂତ ଅଛନ୍ତି ସେମାନଙ୍କ ସନ୍ତାନଙ୍କୁ ଦେଶରେ ନାଗରିକତା ମିଳି ନ ଥାଏ । ଭୂଲବଶତଃ ତାଙ୍କୁ ଆମେରିକାରେ ନାଗରିକତା ମିଳି ଯାଇଥିଲା ।

ସୋଭାନି ୩୦ରୁ ଅଧିକ ବର୍ଷ ଧରି ଆମେରିକାରେ ଡାକ୍ତର ଅଛନ୍ତି । ଏତେବର୍ଷ ଭିତରେ ବିଦେଶ ବିଭାଗ ତାଙ୍କ ପାର୍ସପୋର୍ଟକୁ ବହୁବାର ନବୀକରଣ କରିଛି ଯେଉଁଥିରେ ଏପରି ସମସ୍ୟା ଦେଖାଯାଇ ନ ଥିଲା । କିନ୍ତୁ ବର୍ତ୍ତମାନ ବିଭାଗ ଏପରି କାରଣ ଦର୍ଶାଉଛି ବୋଲି ସୋଭାନି କହିଛନ୍ତି । ଏନେଇ ସେ କୋର୍ଟର ଆଶ୍ରୟ ନେଇଛନ୍ତି ।

Leave A Reply

Your email address will not be published.