Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : କ୍ଷତ୍ରଜ୍ଞ ଓ଼ କ୍ଷେତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଜଗନ୍ନାଥ ନିଜର ମହନୀୟତା ପ୍ରତ୍ୟେକ ସ୍ତରରେ ଦେଖାଇଛନ୍ତି । ତେଣୁ ଏ ପୁରୁଷୋତ୍ତମ କ୍ଷେତ୍ରରେ, କ୍ଷତ୍ରଜ୍ଞ ଓ଼ କ୍ଷେତ୍ର ଉଭୟ ସମାନ ଗୁରୁତ୍ୱ ଲାଭ କରିଛନ୍ତି। ଶାସ୍ତ୍ର ଅନୁସାରେ ସର୍ବେସାଂ ଚୈବ କ୍ଷେତ୍ରାଣାଂ ରାଜା ଶ୍ରୀ ପୁରୁଷୋତ୍ତମ ।

ଏଠାରେ କ୍ଷତ୍ରଜ୍ଞ ଶ୍ରୀ ପୁରୁଷୋତ୍ତମଙ୍କ ଉପସ୍ଥିତି ହିଁ ଏହି କ୍ଷେତ୍ରକୁ ତ୍ରିଭୁବନ ମଧ୍ୟରେ ସବୁଠାରୁ ପବିତ୍ର ଓ଼ ରହସ୍ୟମୟ କରିଛି । ସେଥିପାଇଁ କବି ବ୍ରଜନାଥ ବଡ଼ଜେନା ନିଜ ରଚନା “ରାଜସଭା “କାବ୍ୟ ରେ ଲେଖିଛନ୍ତି :

” ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର, ତିନି ଭୁବନେ ପବିତ୍ର, ମହିମା ମହା ବିଚିତ୍ର କଥନ ନୁହେଁ , ସମ୍ପୂର୍ଣ ବ୍ରହ୍ମ ସ୍ବରପ, ସାକ୍ଷାତ ପ୍ରକାଶି ରୂପ, ନାଶୁଛନ୍ତି ପାପୀ ପାପ ହୋଇ ଉଦୟେ ।”

ପାପି ପାପ ନାଶ କରୁଥିବା ଏହି କ୍ଷେତର କ୍ଷେତ୍ରତ୍ବ ବିଚାର କରିବା ନିହାତି ପ୍ରୟୋଜନ।

ସେଗୁଡିକ ହେଲେ :
୧ .ଏହି କ୍ଷେତ୍ରରେ ବ୍ରହ୍ମl ଆଦି ଦିଗପାଳ ମାନଙ୍କର ପ୍ରଭୂତ୍ବ ରହେନାହିଁ ।

୨ . କର୍ମର ଫଳ ଏଠି ଭୋଗ ହୁଏନାହିଁ।

୩ . ଭଗବାନ ଜଗନ୍ନାଥ ଙ୍କୁ ଦର୍ଶନ ମାତ୍ରେ ସମସ୍ତ କର୍ମ ବନ୍ଧନରୁ ମୁକ୍ତି ମିଳେ। ଜନ୍ତୁପତି ଯମ ମଧ୍ୟ ଏକ୍ଷେତ୍ରରେ ନିଜର କର୍ତ୍ତୃତ୍ବ ହରାଇଥାନ୍ତି ।

୪ . ଚତୃବର୍ଗ ପ୍ରାପ୍ତି ର କ୍ଷେତ୍ର ।

୫ . ସର୍ବ ତୀର୍ଥର ପୁଣ୍ୟ ଏହି ଗୋଟିଏ କ୍ଷେତ୍ରରେ ମିଳେ ।

ସେଥିପାଇଁ ଅନେକ ଋଷି, ମୁନି ଓ଼ ମହାତ୍ମା ମାନେ ଏହି କ୍ଷେତ୍ରରେ ନିବାସ କରନ୍ତି । ଜୟ ଜଗନ୍ନାଥ

Leave A Reply

Your email address will not be published.