Latest Odisha News

BREAKING NEWS

ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ

ଭୁବନେଶ୍ୱର:  ବିଶିଷ୍ଟ ହୋମିଓପାଥି ଚିକିତ୍ସକ ପ୍ରଫେସର ଡାକ୍ତର ନିରଞ୍ଜନ ମହାନ୍ତିଙ୍କୁ ହୋମିଓରତ୍ନ ସମ୍ମାନ ପାଇଁ ଚୟନ କରାଯାଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥି ଫିଜିସିଆନ ତରଫରୁ ୨୦୨୧ ବର୍ଷ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି ।  ସୁନାମଧନ୍ୟ ହୋମିଓପାଥି ଚିକିତ୍ସକ ତଥା ଡା. ଅଭିନ୍ନଚନ୍ଦ୍ର ହୋମିଓପାଥିକ ଭେଷଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡା. ନିରଞ୍ଜନ ମହାନ୍ତି । 

ହୋମିଓପାଥି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପ୍ରଫେସର ମହାନ୍ତିଙ୍କ ଅବଦାନ ଅତୁଳନୀୟ । ବର୍ତ୍ତମାନ ଡାକ୍ତର ମହାନ୍ତି ଖଣ୍ଡଗିରି ସ୍ଥିତ ଅନ୍ତର୍ଜାତୀୟ ଅଧ୍ୟୟନ ଓ ଅନୁସନ୍ଧାନ କ୍ଷେତ୍ରଠାରେ ଚିକିତ୍ସାରତ ଅଛନ୍ତି । ଏହା ବ୍ୟତୀତ ସେ ସାଇଣ୍ଟିଫିକ୍ ଆଡଭାଇଜାରୀ ବୋର୍ଡର ଅଧ୍ୟକ୍ଷ, କ୍ଷେତ୍ରୀୟ ଅନୁସନ୍ଧାନ କେନ୍ଦ୍ରର ଅଧ୍ୟକ୍ଷ ଓ କେନ୍ଦ୍ରୀୟ ହୋମିଓପାଥି ଅନୁସନ୍ଧନ ପରିଷଦ, ଭାରତ ସରକାର ଓ ଆୟୁଷ ମନ୍ତ୍ରାଳୟର ବିଭିନ୍ନ କମିଟିରେ ଉପଦେଷ୍ଟା ଭାବେ କାର୍ଯ୍ୟରତ୍ତ ।

ପୂର୍ବରୁ ୨୦୧୮ରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କୁ ସର୍ବୋତ୍ତମ ଶିକ୍ଷକ ଭାବରେ ସମ୍ମାନିତ କରିଛନ୍ତି । ଏହାସହ ଡା. ନିରଞ୍ଜନ ମହାନ୍ତି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.