Latest Odisha News

BREAKING NEWS

କୁମ୍ଭମେଳା ଫେରନ୍ତାଙ୍କ ଉପରେ ସରକାରଙ୍କ କଡ଼ା ନଜର: ନବ ଦାସ

ଭୁବନେଶ୍ୱର: କୁମ୍ଭମେଳା ଫେରନ୍ତାଙ୍କଠାରୁ ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୁମ୍ଭମେଳା ଫେରନ୍ତଙ୍କ ଉପରେ ଏବେ ସରକାର ସ୍ୱତନ୍ତ୍ର ନଜର ରଖିଛନ୍ତି । ଉତ୍ତରାଖଣ୍ଡରେ ନାମ ପଞ୍ଜିକରଣ କରି ଯେଉଁମାନେ କୁମ୍ଭମେଳାକୁ ଯାଇଥିଲେ ସେମାନଙ୍କର ତାଲିକା ପ୍ରସ୍ତୁତ କରାଯାଉଛି । ସେମାନଙ୍କୁ ଟ୍ରାକିଂ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

କୁମ୍ଭମେଳା ଫେରନ୍ତାଙ୍କ ଜଞ-ଚଉଜ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଓଡ଼ିଶା ଫେରିବା ପରେ ସେମାନଙ୍କ ପାଖରେ କୋଭିଡ୍ ଲକ୍ଷଣ ଦେଖାଦେଲେ, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଯୋଗାଯୋଗ କରିବାକୁ କୁହାଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବାବଦରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । କୁମ୍ଭମେଳା ଫେରନ୍ତା ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ ।

Leave A Reply

Your email address will not be published.