Latest Odisha News

BREAKING NEWS

[ଭିଡ଼ିଓ] କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ପୀଠରେ ୧୪୪ଧାରା

ଭୁବନେଶ୍ୱର: ଧର୍ମ ମାସର ଶେଷ ଦିନରେ ବିଭିନ୍ନ ଜଳାଶୟ ଗୁଡ଼ିକରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଗହଳି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଜଳାଶୟ ଓ ମନ୍ଦିରଗୁଡ଼ିକରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଥିଲା । ହେଲେ ଆଜି ଯାଜପୁର ବଞ୍ଝାରପୁର ବରୁଣେଶ୍ୱର ମନ୍ଦିରରେ ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ମନ୍ଦିରରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଗହଳି ।

ଭଦ୍ରକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଭଦ୍ରକ ସହରର ବିଭିନ୍ନ ଜଳାଶୟରେ ଡ଼ଙ୍ଗା ଭସାଇବା ଓ ମନ୍ଦିର ଦର୍ଶନ ଉପରେ ପ୍ରଶାସନ ୧୪୪ଧାରା ଜାରି କରିଥିଲେ । ହେଲେ କଟକଣାକୁ ନମାନି ସକାଳୁ ନଦୀ ଘାଟରେ ଡ଼ଙ୍ଗା ଭସାଇ ବାଣ ଫୁଟାଇ ମନ୍ଦିର ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ ।

ସେହିଭଳି ଢ଼େଙ୍କାନାଳ ଜିଲ୍ଲାର ୧୬ଟି ଶୈବ ପୀଠରେ ୧୪୪ଧାରା ଜାରି ହୋଇଛି । କପିଳାସର ବାବା ଚନ୍ଦ୍ରଶେଖର, ପରଜଙ୍ଗ ବ୍ଲକ କୁଆଳୋ ଗାଁର ବହୁ ପୁରୁଣା ମନ୍ଦିରଗୁଡ଼ିକରେ ଶ୍ରଦ୍ଧାଳୁ ଶୂନ୍ୟ ହୋଇପଡ଼ିଥିଲା ।

 

Leave A Reply

Your email address will not be published.