Latest Odisha News

BREAKING NEWS

ମେଡ଼ିକାଲରେ ଡ଼ାକ୍ତରଙ୍କ ଆତଙ୍କରାଜ୍, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ପୁରୀ: ଗାଡ଼ି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ଼ ଓ ପୋଲିସ କର୍ମଚାରୀଙ୍କୁ ଲୁହା ରଡ଼ରେ ପିଟିଲେ ଡ଼ାକ୍ତର। ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ। ମଦ୍ୟପାନ କରି ଡ଼ାକ୍ତର ଜଣକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏନେଇ ଡ଼ାକ୍ତରଖାନା ପରିସରରେ କିଛି ସମୟ ଧରି ଆତଙ୍କ ଖେଳିଯାଇଥିଲା।

ମେଡ଼ିକାଲ ଭିତରକୁ ସମସ୍ତ ଯାନ ପ୍ରବେଶ ଉପରେ କଟକଣା ରହିଛି। ହସ୍ପିଟାଲ ବାହାରେ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଡାକ୍ତର ଜଣକ ଏହାକୁ ନମାନି ମେଡ଼ିକାଲ ଭିତରକୁ ସ୍କୁଟର ଆଣିଥିବାବେଳେ ଡ଼୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ଼ ଏହାକୁ ବାରଣ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା। ଏନେଇ ଡ଼ାକ୍ତରଙ୍କ ହାତରୁ ଲୁହା ରଡ଼ ଛଡ଼ାଇ ଆଣିବାକୁ ଜଣେ ପୋଲିସ କର୍ମଚାରୀ ଉଦ୍ୟମ କରିଥିଲେ। ହେଲେ ଡ଼ାକ୍ତର ଜଣକ ଉଭୟଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ପରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଡ଼ାକ୍ତରଙ୍କୁ କାବୁ କରିବା ସହ ତାଙ୍କ ହାତରୁ ଲୁହା ରଡ଼ ଛଡ଼ାଇ ଆଣିଥିଲେ।

ଗତକାଲି ଘଟିଥିବା ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ମାତ୍ର ଏଯାଏଁ ଡାକ୍ତରଙ୍କ ପରିଚୟ ମିଳିପାରିନାହିଁ। ତେବେ ଡ଼ାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୋସିଆଲ ମିଡ଼ିଆରେ ଦାବି ହୋଇଛି।

Leave A Reply

Your email address will not be published.