ଚଳିତବର୍ଷ ରଥଯାତ୍ରାର ସଂକେତ ଓ ସାଇକେଲ୍

ବିଶ୍ଵ ବର୍ତ୍ତମାନ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି l ସମଗ୍ର ମାନବ ସମାଜ ବର୍ତ୍ତମାନ ବିଭିନ୍ନ ମାଧ୍ୟମ ଖୋଜୁଛି କରୋନା ଭୂତାଣୁ ଠାରୁ ନିଜକୁ, ନିଜ ପରିବାରକୁ, ଗାଁକୁ, ସହରକୁ ଏବଂ ଦେଶକୁ ବଞ୍ଚେଇବା ପାଇଁ l ଆଉ ଏହି ଭୂତାଣୁରୁ ଯଦି କେହି ଅଧିକ କ୍ଷତି ହୋଇଛନ୍ତି, ତେବେ ସେ ହଉଚି ବିଶ୍ଵର ସହର l ଯେଉଁଠି ସମଗ୍ର ବିଶ୍ଵର ଷାଠିଏ ଶତକଡା ଲୋକେ ବାସ କରୁଛନ୍ତି l ହେଲେ ମାସେ ତଳେ ଅପାତତଃ ସମଗ୍ର ବିଶ୍ବର ଅଧାରୁ ଅଧିକ ଲୋକେ ନିଜ ସହରରେ ତାଲାବନ୍ଦ ଅବସ୍ଥାରେ ଥିଲେ l

ଆଉ ଏହି ସମୟ ମଧ୍ୟରେ ନା ବିଶ୍ୱରେ କୋଉଠି ସଂସଦ ଚାଲିଲା ନା କିଛି ଖେଳ ପଡିଆ ଖୋଲିଲା ନା ଦେଶ ବିଦେଶ ମଧ୍ୟରେ ବିମାନ ସେବା ଉଡିଲା l ଯଦି କିଛି ସୁରକ୍ଷିତ ଭାବେ ଉଡୁଥିଲା ତାହା ଥିଲି International Space Station, ବିପଦକାଳୀନ ସେବା ଗାଡି ଏବଂ ସାଇକେଲ l ଫଳସ୍ୱରୂପ ବିଶ୍ୱରେ ଅର୍ଥନୀତିକ ମାନ୍ଦାବସ୍ଥା ଦେଖାଗଲେ ବି ଲୋକେ ଅନୁଭବ କରିପାରିଲେନି । ଏବଂ ଅଶୋଧିତ ତେଲ ଦର ପ୍ରତି ବ୍ୟାରେଲ୍ ଦର ଆମେରିକୀୟ ଡଲାର୍ ୧୦ ତଳକୁ ଆସିଗଲା l

ଅନ୍ୟପକ୍ଷରେ ବିଶ୍ଵର ମୁଖ୍ୟ ଗହଳି କେନ୍ଦ୍ର ଯଥା ଟୋକିଓ ଅଲମ୍ପିକ୍, ପ୍ରମୁଖ ଖେଳ, ଟୁର୍ ଦି ଫ୍ରାନ୍ସ ଅlଦି ସବୁ ଖେଳକୁ ବନ୍ଦ କରିବାକୁ ପଡିଲା l

ହେଲେ ଠିକ୍ ସେହି ସମୟରେ ଓଡ଼ିଶାର ଏକ ଛୋଟ ସହର ପୁରୀ, ଯାହା ଆପାତତଃ ତିନି ଲକ୍ଷ ଜନବସତି ବିଶିଷ୍ଟ ଧାର୍ମିକ କ୍ଷେତ୍ର ଦୃଢ ମନ ବଳରେ ନିଜକୁ ପ୍ରସ୍ତୁତ କରୁଥିଲା ବାର୍ଷିକ ଅଲମ୍ପିକ୍, ମାନେ ଘୋଷଯାତ୍ରା ପାଇଁ । ଯେଉଁଥିରେ ପ୍ରତିବର୍ଷ ତେର ଦିନ ପର୍ବରେ ପଚାଶ ଲକ୍ଷ ଲୋକ ମାନଙ୍କ ଆଗମନର ସମ୍ଭାବନା ଥାଏ l

ଅଥଚ ମହାମାରୀକୁ ନଜରରେ ରଖି ରଥଯାତ୍ରା କରାନଯାଉ ବୋଲି ବହୁ ମହଲରେ ତର୍ଜମା ହୋଇଥିଲା ଏବଂ ତର୍ଜମା ମଧ୍ୟ ହୋଇଥିଲା, କିପରି ରଥଯାତ୍ରା କରାଯାଇପାରିବ ଏବଂ ଘୋଷଯାତ୍ରା ମାଧ୍ୟମରେ ସମାଜକୁ ଏକ ମହାମାରୀରୁ ମୁକ୍ତି ପାଇବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା l

ତେବେ ଏତେ ଭିଡ଼, ଗହଳି ଏବଂ ମହାମାରୀ ମଧ୍ୟରେ ଘୋଷଯାତ୍ରା କରିବା ସମ୍ଭବପର ନଥିଲା l ତେଣୁ ମନ୍ଦିର, ଦେଶ, ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନ, ଜନସାଧାରଣଂକ ଆକୁଳ ନିବେଦନ ପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମାଧ୍ୟମରେ ପ୍ରାୟତଃ ବାର ଘଣ୍ଟା ଆଗରୁ ଏକ ମାଧ୍ୟମ ବାହାରିଲା, ଯାହା ଘୋଷଯାତ୍ରା ହେବାର ସଂକେତ ଦେଲା l

ଫଳସ୍ୱରୂପ ନିର୍ଦ୍ଧାରିତ ସମୟ ପୂର୍ବରୁ ଭକ୍ତବିହୀନ ବଡ଼ଦାଣ୍ଡରେ ସେବାୟତଙ୍କ ମାଧ୍ୟମରେ ଘୋଷଯାତ୍ରା ସମ୍ପୂର୍ଣ୍ଣ ହୋଇଥିଲା l ଯାହାକି ସମଗ୍ର ବିଶ୍ୱ ମାନବ ସମାଜ ପାଇଁ କେବଳ ଉଦାହରଣ ହୋଇନପାରେ ବରଂ ଏକ ଆହ୍ୱାନ l

ମହାମାରୀ ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମଗ୍ର ବିଶ୍ୱ କରୋନା ମୁକ୍ତ ହେଉ, ଏଥିପାଇଁ ମହାପ୍ରଭୁଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ ଏବଂ ବହୁତ ବଡ଼ ବିଶ୍ୱାସ ମଧ୍ୟ ଥିଲା l ଏଥୁଅନ୍ତେ ବହୁ ବାଦବିବାଦ ସତ୍ତ୍ୱେ ମହାପ୍ରଭୁ ବଡଦାଣ୍ଡକୁ ପହଣ୍ଡିରେ ଆସିଲେ ଘୋଷଯାତ୍ରା ପାଇଁ l ଶ୍ରୀଗୁଣ୍ଡିଚା ଘୋଷ ଯାତ୍ରା ତଥା ରଥଯାତ୍ରା ଅବସରରେ ମାହାପ୍ରଭୁ ନୀଳ କନ୍ଦରରୁ ବଡ଼ଦାଣ୍ଡକୁ ଆସି ରଥାରୂଢ଼ ହବା ମାଧ୍ୟମରେ ଏହାର ବାର୍ତ୍ତା ଦେଇଛନ୍ତି କିପରି ଅଦୃଶ୍ୟ ମହାମାରୀରୁ ସମାଜକୁ ସୁରକ୍ଷିତ ରଖିବ, କହିଲେ ଭୁଲ୍ ହବ ନାହିଁ ।

ମହାପ୍ରଭୁଙ୍କ ବାର୍ତ୍ତା ଏହା ମନ୍ଦିର ଭିତରେ ସେ ନିଜେ ସାମାଜିକ ବନ୍ଧନରେ ବନ୍ଧା (Social Inclusion) l କିନ୍ତୁ ଯେତେବେଳେ ବାହାରକୁ ବାହାରୁଛନ୍ତି ସେତେବେଳେ ସାମାଜିକ ଦୂରତ୍ୱ (Social Distancing) ଏବଂ ନିଜ ସାମ୍ନାରେ ମାସ୍କ ଭଳି ଏକ ଆବଦ୍ଧ ରଖୀ ନିଜକୁ ସୁରକ୍ଷିତ ସହିତ କଟକଣା ପାଳନ କରୁଛନ୍ତି l ରଥାରୂଢ଼ ହେବା ପରେ ବନକ ଲାଗି ହେଉଛି, ଯାହା ମାଧ୍ୟମରେ ମହାପ୍ରଭୁ ନିଜକୁ ସ୍ବଛ କରୁଛନ୍ତି ଏବଂ ପରବର୍ତ୍ତୀ ସମୟରେ ଗଜପତି ମାହାରାଜା ଛେରା ପହଁରା ମାଧ୍ୟମରେ ପରିବେଶ ମଧ୍ୟ ସ୍ବଛ ହଉଛି l ଏହାର ଜ୍ୱଳନ୍ତ ଉଦାହରଣ ଯଦି ଦେଖିବା ଯାହା ଜାପାନ୍ ହଉ ଅବା ବ୍ରିଟେନ୍ ଅବା ଇଟାଲୀ ଅବା ଫ୍ରାନ୍ସର ଅଧିବାସୀ ମହାମାରୀର hotspot ହବା ସତ୍ତ୍ୱେ ସାମାଜିକ ଦୂରତ୍ୱ, ହାତ ସ୍ୱଚ୍ଛ କରିବା, ମାସ୍କ ପରିଧାନ କରିବା ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଲାବନ୍ଦରୁ ବାହାରି ବର୍ତ୍ତମାନ ସାଧାରଣ ଭାବେ ବଞ୍ଚିବାର ଲାଗିଛନ୍ତି l

ଅନ୍ୟପକ୍ଷରେ ଭକ୍ତ ଶୂନ୍ୟ ବଡ଼ଦାଣ୍ଡରେ ଘୋଷଯାତ୍ରା ମାଧ୍ୟମରେ ମହାପ୍ରଭୁ ଏହା ବାର୍ତ୍ତା ଦେଲେ ଯେତେବେଳେ ମହାମାରୀ ହୋଇଥାଏ ସେତେବେଳେ ସମାଜକୁ ତାଲା ବନ୍ଦ ମଧ୍ୟରେ ରଖି ଭାବର ଆଦାନ ପ୍ରଦାନ କଲେ ଭକ୍ତି ମିଳିଥାଏ l ସେହିପରି କେବଳ ନିଜର ସେବାୟତମାନଙ୍କୁ ନେଇ ଘୋଷଯାତ୍ରା ସମ୍ପର୍ଣ୍ଣ ହୋଇଥିଲା l ଯଦି ଆଧ୍ୟାତ୍ମିକ ଭାବନାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିବା, ତେବେ ମାହାପ୍ରଭୁ ବଡଦାଣ୍ଡରେ ନିଜକୁ ଅନ୍ୟମାନଙ୍କ ସୁରକ୍ଷା ଦୃଷ୍ଟିରୁ ତାଲାବନ୍ଦ କରିଥିଲେ ଏବଂ ସେବାୟତ, ଯାହାଂକୁ କୁହାଯାଇପାରେ Frontline Covid Warrier ବୋଲି, ସେମାନଂକ ଗହଣରେ ନିଜ ଘୋଷଯାତ୍ରା ସମ୍ପର୍ଣ୍ଣ କରିଥିଲେ l ଏହା ମଧ୍ୟ ବାର୍ତ୍ତା ଦେଇଥିଲେ ତାଲା ବନ୍ଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ହୋଇନପାରେ ବରଂ ଏହାର ଏକ ସମୟ ସୀମା ରହିବା ଦରକାର ଯେମିତି ଚଉଦ ଦିନ ମହାପ୍ରଭୁ ଭକ୍ତ ମାନଙ୍କଠାରୁ self isolated ରହିଥିଲେ ରଥଯାତ୍ରା ଦିନ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ l

ସେହିପପରି ଘୋଷଯାତ୍ରାକୁ ଆସିବା ଆଗରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା l ଅଧିକା ସ୍ନାନ ପରେ ମହାପ୍ରଭୁ ଜ୍ବରରେ ପଡିଥିଲେ ଏବଂ ନିଜେ ଚଉଦ ଦିନ ସଂଘରୋଧରେ ରହିଥିଲେ। ସେହିପରି ସୁସ୍ଥ ହବା ପରେ ମଧ୍ୟ ଅନ୍ୟମାନଙ୍କ ସୁରକ୍ଷା ପାଇଁ ନିଜେ ଭକ୍ତ ବିହୀନ ଘୋଷଯାତ୍ରା କରିଥିଲେ l ରଥ ଉପରେ ଦିନେ ରହି ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟକୁ ପ୍ରବେଶ କରି ଥିଲେ, ଯେଉଁଠାରେ ଭକ୍ତମାନଙ୍କ ପ୍ରବେଶ ନଥିଲା ବରଂ ମହାପ୍ରଭୁ ଏଠାରେ ଭକ୍ତମାନଙ୍କ ଠାରୁ ନଅଦିନ ନିଜକୁ Self isolated କରି ରଖିଥିଲେ l

ସେହିପରି ବାହୁଡା ଦିନ ମଧ୍ୟ ରଥରେ ଫେରି ଶ୍ରୀମନ୍ଦିର ସଁମୁଖରେ ଚାରି ଦିନ ରହି ନୀଳାଦ୍ରି ବିଜେ ଦିନ ଗୋଟି ପହଣ୍ଡିରେ ଭାଇ ଭଉଣୀ ମଧ୍ୟରେ ସାମାଜିକ ଦୂରତ୍ୱ ରଖି ନୀଳକନ୍ଦର ପ୍ରବେଶ କରିଥିଲେ l

ପରିଶେଷରେ ନିଜର ଯାତ୍ରା ବିନା ମଟର ଗାଡ଼ିରେ ଯାତ୍ରା କରୁଛନ୍ତି ଖୀପ୍ର ବେଗରେ । କହିବାକୁ ଗଲେ ମହାପ୍ରଭୁଙ୍କ ଯାତ୍ରା ହଉଛି ସାଇକେଲ ସଦୃଶ୍ୟ ମଟର ବିହୀନ ଯାନ ଏବଂ ପ୍ରଦୂଷଣ ମୁକ୍ତ ଏବଂ ତିନି ରଥ ମଧ୍ୟରେ ମଧ୍ୟ ସୁନ୍ଦର ଦୂରତ୍ୱ ଆଉ ଭିଡ ବିହୀନ ଯାତ୍ରା ଦେଖିବାକୁ ମିଳିଥିଲା ।

ଏହାର ତାତପର୍ଯ୍ୟ ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କ ଭଳି ସମାଜକୁ ସ୍ବଛ ରହିବାର ଅଛି, ସାମାଜିକ ଦରତ୍ୱ ରଖିବାର ଅଛି ଏବଂ କମସେ କମ ପରିସ୍ଥିତି ନ ସୁଧୁରିବା ଯାଏଁ ଖୀପ୍ର ବେଗରେ ଭିଡ଼ ବିହୀନ ଗମନା ଗମନ କରିବାର ଅଛି ଯାହା ମଟର ଯାନ ନୁହେଁ; ବରଂ ସାଇକେଲ ଯାତ୍ରାରେ ସମ୍ଭବ ।

ଉଦାହରଣ ସ୍ୱରୂପ ବିଶ୍ଵର ଅନେକ ସହର ବର୍ତ୍ତମାନ ସାଇକେଲକୁ ମାଧ୍ଯମ କରିଛନ୍ତି ତାଲା ବନ୍ଦ ସମୟରେ ଗମନା ଗମନ ପାଇଁ ତଥା ମହାମାରୀ ଠାରୁ ସହରକୁ ସୁରକ୍ଷିତ ରଖିବା ପାଇଁ l ଯେପରି ନିୟୁର୍କ ସହରରେ ଥିବା ସିଟି ବାଇକ୍ ସାଇକେଲ୍ ଭଡ଼ାରେ ଦେଉଥିବା ସଂସ୍ଥା ମାର୍ଚ୍ଚ ମାସ ଆରମ୍ଭରେ ଦେଖିବାକୁ ପାଇଥିଲେ ବିଗତ ବର୍ଷ ଅପେକ୍ଷା ଏହି ବର୍ଷ ସାଇକେଲ ୬୭% ଅଧିକା ଲୋକ ବ୍ୟବହାର କରିଛନ୍ତି I ସେହିଭଳି ଫିଲାଡେଲ୍ଫିଆ ଏବଂ ଚିକାଗୋ ସହର ମଧ୍ଯ ମାର୍ଚ୍ଚ ମାସରେ ଅଧିକା ସାଇକେଲ ଭଡ଼ାରେ ଲୋକେ ନେଇ ଥିବାର ଦେଖିବାକୁ ମିଳିଛି l ଆଉ ଫିଲାଡେଲ୍ଫିଆ ସହରକୁ ଚକିତ କରିଥିଲା ଯେତେବେଳେ ଗୋଟେ ସାଇକେଲ୍ ଭଡ଼ାରେ ଦେଉଥିବା ସଂସ୍ଥା ଜାଣିପାରିଥିଲେ ସାଇକେଲ ବ୍ୟବହାର ୪୭୦% ଉନ୍ନତି ଘଟିଛି l ଲଣ୍ଡନ ସହର ତାଲା ବନ୍ଦ ହବା ଆଗରୁ ନିଜ ନାଗରିକଙ୍କୁ ସାମାଜିକ ଦୂରତ୍ବ ରଖି ଜରୁରୀକାଳୀନ ଜିନିଷ ପାଇଁ କିପରି ସାଇକେଲ୍ ବ୍ୟବହାର କରିବେ ସୁଚାଇ ଦେଥିଲେ ଏବଂ ଡବଲିନ୍ ସହର ଅଧିକା ସାଇକେଲ୍ ବିକ୍ରି ହେବାର ଅନୁଭୂତି କରିଛନ୍ତି l

ସେହିପରି ପ୍ୟାରିସ୍ ସହର ଅସ୍ଥାୟୀ ଭାବେ ୬୫୦କିମି କରୋନା ସାଇକେଲ ରାସ୍ତା ମଧ୍ୟ ପ୍ରସ୍ତୁତ କଁରିଛନ୍ତି ଲୋକଙ୍କ ଗମନାଗମନ ସୁବିଧା ପାଇଁ, କାରଣ ମହାମାରୀରୁ ବାହାରିବା ପରେ ବି ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ସମାଜିକ ଦୂରତ୍ବକୁ ଗୁରୁତ୍ବ ଦେବାକୁ ପଡିବ ଯାହା ସାଇକେଲ୍ ଦ୍ୱାରା ସମ୍ଭବ l

ଏଠି ଗୋଟିଏ କଥା ମନକୁ ଆସେ ଯେ ଜାଣତରେ ବା ଅଜାଣତରେ ହେଉ ସମଗ୍ର ବିଶ୍ୱ ମହାପ୍ରଭୁଙ୍କ ବାର୍ତ୍ତାକୁ ଆପଣେଇ କରୋନା ମୁକ୍ତ ଅବା କରୋନା ସହିତ ବଞ୍ଚିବାର ବାଟ ଖୋଜୁଛି l ଏବେ ପ୍ରଶ୍ନ ଆସେ କଣ ଏହି ସମୟରେ ଓଡ଼ିଶା ଏବଂ ଏହାର ଗ୍ରାମ, ସହର, ରାଜ୍ୟ, ଦେଶ ଜଗନ୍ନାଥ ସଂସ୍କୃତିରୁ କିଛି ଶିଖିବନି ? ହଁ ଘୋଷଯାତ୍ରାର ମହାନ ବାର୍ତ୍ତା ଯେପରି ଅଦୃଶ୍ୟ ହୋଇ ମହାପ୍ରଭୁଙ୍କୁ ଭକ୍ତି କରିପାରୁଛନ୍ତି ଠିକ ସେହିପରି ଅଦୃଶ୍ୟ ଭୁତାଣୁକୁ ଅଦୃଶ୍ୟରେ ରଖି ସୁଖ, ସମୃଦ୍ଧି ଓ ମଙ୍ଗଳମୟ ଜୀବନର ଆଶା ଉଜ୍ଜୀବିତ ରଖି ଆଗକୁ ବଢିବାର ମାର୍ଗ ବାହାର କରିବାର ସମୟ l

ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ଅର୍ଥନୀତିକ ଦୃଷ୍ଟିକୋଣରୁ ମଧ୍ୟ ନିରାଡ଼ମ୍ବରଥିଲା l ଯାହା ଅନ୍ୟପକ୍ଷରେ ବାର୍ତ୍ତା ଦେଉଛି ଯେ,ବର୍ତ୍ତମାନ ସମାଜକୁ ସୁଧାରିବା ପାଇଁ ଅର୍ଥନୀତିର ବେଗକୁ ଧିମା କରିବାର ଅଛି ଏବଂ ପରିବେଶ ସୁରକ୍ଷାକୁ ଧ୍ୟାନ ଦେଇ ଆଗେଇବାର ଅଛି l

ଅନ୍ୟପକ୍ଷରେ ସମଗ୍ର ବିଶ୍ୱ ବର୍ତ୍ତମାନ ଧୀରେ ଧୀରେ ମହାମାରି ମଧ୍ଯରୁ ନିଜକୁ ବାହାର କରୁଛନ୍ତି ସାମାଜିକ ଦୂରତ୍ୱ, ସ୍ୱଚ୍ଛତା, ମୁହଁକୁ ଘୋଡାଇ ରଖି, ସାଇକେଲରେ ଅଧିକ ଯାତାୟତ କରି ଏବଂ କ୍ଷିପ୍ର ଅର୍ଥନୀତିକ ବେଗ ମଧ୍ୟରେ l ଯାହାକୁ ଓଡିଶା ମଧ୍ୟ ପାଳନ କରିପାରିବ l

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.