ଭୁବନେଶ୍ବର: କୁକୁର ହେଉଛି ସବୁଠାରୁ ସାଧାରଣ ପୋଷା ପ୍ରାଣୀ ଯାହାକୁ ପ୍ରାୟ ସବୁ ଲୋକମାନେ ନିଜ ଘରେ ରଖିଥାନ୍ତି । ଘରେ ରହୁଥିବା ପୋଷା କୁକୁରମାନଙ୍କୁ ଟୀକା ଦିଆଯାଏ । ଯେତେବେଳେ ଏହି କୁକୁରମାନେ କାମୁଡ଼ନ୍ତି, ମାଲିକ ମାନେ ସବୁବେଳେ କୁହନ୍ତି ଯେ ସେମାନଙ୍କ କୁକୁରକୁ ଭ୍ୟାକସିନ୍ ଇଞ୍ଜେକ୍ସନ ଦିଆଯାଇଛି ତେଣୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ, ଯଦି କୌଣସି ରାସ୍ତାର କୁକୁର ଆମକୁ କାମୁଡ଼ିଥାଏ କିମ୍ବା ନଖ ମାରିଥାଏ, ତେବେ ଆମେ ଭୟରେ ତୁରନ୍ତ ଡାକ୍ତରଙ୍କ ପାଖକୁ ଦୌଡ଼ି ଯାଉ। ତେବେ ଆଜି ଜାଣିବା ଘରେ ଟୀକାକରଣ ହୋଇଥିବା କୁକୁରମାନଙ୍କୁ ଭୟ କରିବା ଉଚିତ କି ନାହିଁ ଏବଂ ସେମାନେ କାମୁଡିବା ଦ୍ବାରା କୌଣସି ପ୍ରକାର ବିପଦ ଥାଏ କି ନାହିଁ?
ବିଶେଷଜ୍ଞମାନେ କ’ଣ କୁହନ୍ତି?
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୁକୁର କାମୁଡ଼ା ଗୁରୁତର ହୋଇପାରେ । ଯଦି କୁକୁରକୁ ଠିକ୍ ଭାବରେ ଟୀକାକରଣ କରାଯାଏ, ତେବେ କାମୁଡ଼ାର ଆଶଙ୍କା କିଛି ପରିମାଣରେ ହ୍ରାସ ପାଏ, କିନ୍ତୁ ଆପଣଙ୍କୁ କିଛି ସତର୍କତା ଅବଲମ୍ବନ କରିବାକୁ ପଡିବ । ସେହିପରି, ଡାକ୍ତରମାନେ କୁହନ୍ତି ଯେ ରାବିଜ୍ ଏପରି ଏକ ରୋଗ ନୁହେଁ ଯାହାକୁ ହାଲୁକା ଭାବରେ ନିଆଯାଇପାରିବ। ଏଥିପାଇଁ, କିଛି ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ଯାହା ଦ୍ୱାରା ବିପଦରୁ ରକ୍ଷା ପାଇବେ ।
ଏହି ସବୁ ଉପରେ ଧ୍ୟାନ ଦେବା ଉଚିତ
ଯଦି କୁକୁରକୁ ରାବିଜ୍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଟିକା ଦିଆଯାଇଥାଏ, ତେବେ କୌଣସି ଗମ୍ଭୀର ସଂକ୍ରମଣର ଆଶଙ୍କା କମ୍ ଥାଏ। ଏଥିପାଇଁ, କୁକୁରମାନଙ୍କୁ ଉପଯୁକ୍ତ ଟୀକାକରଣ କରନ୍ତୁ।
କୁକୁର କାମୁଡ଼ିବାର ଅବସ୍ଥା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ, ଅର୍ଥାତ୍ କୁକୁରର ଦାନ୍ତ ଆପଣଙ୍କୁ କିପରି ଆଘାତ ଦେଇଛି ।
କୁକୁରଟି ଶରୀରର କେଉଁ ଅଂଶକୁ କାମୁଡ଼ିଛି ତାହା ମଧ୍ୟ ଦେଖନ୍ତୁ । କାରଣ କିଛି ଅଞ୍ଚଳରେ ସଂକ୍ରମଣର ଆଶଙ୍କା ଅଧିକ ଥାଏ ।
କ୍ଷତର ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ କାରଣ କୁକୁରକୁ ଟିକା ଦିଆଯାଇଥିଲେ ମଧ୍ୟ କାମୁଡ଼ିବା ଦ୍ଵାରା ଅନ୍ୟାନ୍ୟ ସଂକ୍ରମଣ ହୋଇପାରେ । କ୍ଷତ ସ୍ଥାନକୁ ପାଣିରେ ସଫା କରନ୍ତୁ ଏବଂ ତୁରନ୍ତ ପ୍ରାଥମିକ ଚିକିତ୍ସା ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।
ଏକ WHO ରିପୋର୍ଟରେ କୁହାଯାଇଛି ଯେ କୁକୁର କାମୁଡ଼ିବା ପରେ, ଆମେ ପ୍ରାୟ 15 ମିନିଟ୍ ପର୍ଯ୍ୟନ୍ତ ପାଣିରେ କ୍ଷତକୁ ଧୋଇବା ଉଚିତ ।
କେବେବି ନିଜକୁ ନିଜେ ଚିକିତ୍ସା କରନ୍ତୁ ନାହିଁ; ଏହା କରିବା ବିପଦଜନକ ହୋଇପାରେ ।
କୁକୁର ପାଇଁ କେଉଁ ଟିକା ଆବଶ୍ୟକ?
DHPPi- ଏହା ହେଉଛି ଡିସପେନସାରୀ, ହେପାଟାଇଟିସ୍, ପାର୍ଭୋଭାଇରସ୍ ଟିକା, ଏହି ସମସ୍ତ ଟିକା ସଂକ୍ରାମକ ରୋଗରୁ ସୁରକ୍ଷା ଦିଏ ।
Comments are closed.