Latest Odisha News

BREAKING NEWS

ବିଶ୍ୱସ୍ତତାର ପ୍ରମାଣ ଦେଲା କୁକୁର: ମାଲିକ ପାଇଁ ଜୀବନ ଦେଲା ପୋଷା କୁକୁର ‘ବ୍ଲାକି’

ସମ୍ବଲପୁର: କୁହନ୍ତି କୁକୁର ଏକ ବିଶ୍ଵସ୍ତ ପ୍ରାଣୀ । ଆଉ ଆଜି ସେଇ ବିଶ୍ୱସ୍ତତାର ପ୍ରମାଣ ଦେଇଛି ଏକ ପୋଷା କୁକୁର । ମାଲିକକୁ ବଞ୍ଚାଇବାକୁ ଯାଇ ନାଗ ସାପର ଚୋଟ ଖାଇଛି କୁକୁର । ଏଭଳି ହୃଦୟସ୍ପର୍ଶୀ ଚିତ୍ର ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲକୁଣ୍ଡା ଗାଁରେ ।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲକୁଣ୍ଡା ଗାଁର ଜୟନାରାୟଣ ମହାପାତ୍ର ୧୫ ବର୍ଷ ହେଲା ଏକ ଜର୍ମାନ ସେଫର୍ଡରର ପୋଷା କୁକୁର ରଖିଥିଲେ । ରଙ୍ଗ ତାର କଳା ଥିବାରୁ ସମସ୍ତେ ସ୍ନେହରେ ବ୍ଲାକି ଡାକନ୍ତି। ତେବେ ଗତକାଲି ବିଳମ୍ବିତ ରାତିରେ ଏକ ନାଗସାପ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିବାବେଳେ ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିଲା । ନାଗକୁ ଘର ଭିତରକୁ ପଶିବାକୁ ଦେଇନଥିଲା । ଉଭୟେ ଉଭୟଙ୍କୁ ଆକ୍ରମଣ କରିଥିଲେ । ସାପ ଚୋଟ ପରେ ଚୋଟ ମାରୁଥିଲେ ବି କୁକୁର ତାକୁ ଛାଡିନଥିଲା । ସାପକୁ କାମୁଡି ରକ୍ତାକ୍ତ କରିଦେଇଥିଲା କୁକୁର । କିଛି ସମୟପରେ ଘର ଲୋକେ ଏହା ଦେଖି ସ୍ନେକ ହେଲ୍ପ ଲାଇନ କୁ ଫୋନ କରିଥିଲେ ଏବଂ ସାପ ସହିତ ଲଢେଇ କରି ନିସ୍ତେଜ ହୋଇ ପଡିଥିବା ବ୍ଲାକି କୁ ପଶୁ ଡାକ୍ତରଖାନା ନେଇଥିଲେ । କିନ୍ତୁ ସେଠାରେ ପହଂଚିବା ବେଳକୁ ଆଉ ଆଖି ଖୋଲି ନଥିଲା ‘ବ୍ଲାକି’ ।

ସାପ ଚୋଟରେ ଦେହ ସାରା ବିଷ ଚାରି ଯାଇଥିଲା ବ୍ଲାକିର । ଅନ୍ୟପଟେ କୁକୁର ଆକ୍ରମଣରେ ସାପର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ପୋଷା କୁକୁର ବ୍ଲାକି ର ଏଭଳି ମୃତ୍ୟୁରେ ଜୟ ନାରାୟଣଙ୍କ ପରିବାର ସହିତ ପୁରା ଗୋଲଗୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.