Latest Odisha News

BREAKING NEWS

ପ୍ରବଳ ତୁଷାରପାତରେ ମାଲିକର ମୃତଦେହ ପାଖରେ ଜଗି ରହିଲା କୁକୁର

ନୂଆଦିଲ୍ଲୀ: ମାଲିକର ମୃତଦେହ ପାଖରେ ୩ ଦିନ ଯାଏଁ କିଛି ନଖାଇ ନପିଇ ଜଗି ରହିଲା କୁକୁର। ହିମାଚଳ ପ୍ରଦେଶର ଚମ୍ବା-ଭରମୌରର ଭରମଣି ମାତା ମନ୍ଦିର ନିକଟରୁ ନିଖୋଜ ହୋଇଥିବା ୧୪ ବର୍ଷୀୟ ପୀୟୁଷଙ୍କ ସହ ଘଟି ଯାଇଛି ଏଭଳି ଘଟଣା। ପୀୟୁଷଙ୍କ ପୋଷା କୁକୁର ଚାରି ଦିନ ପର୍ଯ୍ୟନ୍ତ ୩ରୁ ୪ ଫୁଟ ବରଫରେ ତାଙ୍କୁ ଜଗି ରହିଥିଲା। ଏପରିକି କାହାକୁ ମୃତଦେହ ପାଖକୁ ଯିବାକୁ ଦେଇନଥିଲା।

ଚାରି ଦିନ ଧରି ଭୋକ ଓ ଉପାସରେ ରହିବା ସତ୍ତ୍ୱେ ସେ ପୀୟୁଷଙ୍କ ମୃତଦେହ ନିକଟରେ ବସି ରହିଥିଲା। ତେବେ ଖବର ପାଇ ଉଦ୍ଧାରକାରୀ ଦଳ କୁକୁରକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲା।

ସୂଚନା ଅନୁଯାୟୀ, ପୀୟୁଷ ଏବଂ ବିକାଶ ରାଣା ନାମକ ଅନ୍ୟ ଜଣେ ଯୁବକ ଏକ ଭିଡିଓ ସୁଟିଂ କରିବାକୁ ଭରମଣି ମାତା ମନ୍ଦିର ଯାଇ ନିଖୋଜ ହୋଇଯାଇଥିଲେ। ଏକ ସେନା ହେଲିକପ୍ଟର ଯୋଗେ ସନ୍ଧାନ ଅଭିଯାନ କରାଯାଇଥିଲା। ଯାହା ପରେ ପୀୟୁଷଙ୍କ ମୃତଦେହ ଠାବ କରାଯାଇଥିଲା ବେଳେ ଅନ୍ୟ ଯୁବକ ବିକାଶ ରାଣାଙ୍କ ସନ୍ଧାନ ମିଳିପାରିନଥିଲା।

 

Comments are closed.