Latest Odisha News

BREAKING NEWS

ଆଇସିସି ଛୋଟ କୁକୁର ବି ଦେଲା ପୁରସ୍କାର

ଦୁବାଇ: ଆଇସିସି ପ୍ଲେୟାର ଅଫ ଦି ମନ୍ଥ ନିକଟରେ ଘୋଷଣା ହୋଇଯାଇଛି । ଏଥିରେ ଜୋ ରୁଟ ପୁରୁଷ କ୍ରିକେଟର ଓ ଏମିଏର ରିଚାର୍ଡସନ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କାର ହାସଲ କରିଥିଲେ । ତେବେ ଚର୍ଚ୍ଚାରେ ରହିଥିଲା ଗୋଟିଏ କୁକୁର । ଏହି ପୋଷା କୁକୁରକୁ ୨ଟି ପୁରସ୍କାର ପ୍ଲେୟାର ଅଫ ଦି ମୁମେଂଟ ଓ ବେଷ୍ଟ ଫିଲ୍ଡର ଇନ ଆୟର୍ଲାଣ୍ଡ କ୍ରିକେଟ ପ୍ରଦାନ କରାଯାଇଥିଲା ।

ଆୟର୍ଲାଣ୍ଡ ମହିଳା ଟି୨୦ କପ ସେମିଫାଇନାଲ ମ୍ୟାଚ ବ୍ରେଡି କ୍ଲବ ଓ ସିଭିଲ ସର୍ଭିସ ନର୍ଥ ମଧ୍ୟରେ ଖେଳାଯିବା ସମୟରେ କୁକୁରଟି ହଠାତ ପଡିଆ ମଧ୍ୟକୁ ପସି ଆସିଥିଲା । ସେ ସମୟର ଏକ ମିସ ଫିଲ୍ଡ ସମୟରେ କୁକୁରଟି ଆସି ବଲକୁ ପାଟିରେ ଧରିଥିଲା । କୁକୁର ପଛରେ ଜଣେ ଲୋକ ଗୋଡାଇଥିଲା । ତେବେ ନନ ଷ୍ଟ୍ରାଇକର ଏଣ୍ଡରେ ବ୍ୟାଟିଂ କରୁଥିବା ମହିଳ ଖେଳାଳିଜଣକ କୁକୁରକୁ ପାଖକୁ ଡାକିଥିଲେ ଏବଂ ପାଟିରୁ ବଲଟି କାଢ଼ିଥିଲେ । ଖେଳ କିଛି ସମୟ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ କୁକୁର ଉପସ୍ଥିତ ଦର୍ଶକଙ୍କ ମନ କିଣିଥିଲା ।

Leave A Reply

Your email address will not be published.