Latest Odisha News

BREAKING NEWS

ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ, ସ୍ପଷ୍ଟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଜୀବନ କାରାଦଣ୍ଡାଦେଶ ଅର୍ଥ ସଶ୍ରମ କାରାଦଣ୍ଡ । ଏନେଇ ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ୧୯୮୩ରେ ଏକ ରାୟକୁ ଦୋହରାଇ ସର୍ବୋଚ୍ଚ ଅଦାଲତ କହିଛନ୍ତି- ଯେଉଁ ରାୟ କ୍ଷେତ୍ରରେ ମୃତ୍ୟୁଦଣ୍ଡ ନଥାଏ, ସେକ୍ଷେତ୍ରରେ ଆଜୀବନ କାରାଦଣ୍ଡର ଅର୍ଥ ହେଉଛି ସଶ୍ରମ କାରାଦଣ୍ଡ । ଏନେଇ କୌଣସି ସମୀକ୍ଷା ଦରକାର ନାହିଁ । ଜଷ୍ଟିସ ଏଲ. ନାଗେଶ୍ବର ରାଓ ଓ ଜଷ୍ଟିସ ବି.ଆର. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି ଅବସରରେ ଏହା କହିଛନ୍ତି ।

ହିମାଚଳ ପ୍ରଦେଶ ହାଇକୋର୍ଟ ଓ ଗୌହ୍ବାଟି ହାଇକୋର୍ଟରେ ଏସଂକ୍ରାନ୍ତ ଆଗତ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି । ନାଏବ ସିଂହ ବନାମ ପଞ୍ଜାବ ରାଜ୍ୟ ମାମଲାରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ଯେଉଁ ସବୁ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ମିଳି ନଥାଏ ସେହି କ୍ଷେତ୍ରରେ ଆଜୀବନ କାରାଦଣ୍ଡର ଅର୍ଥ ସଶ୍ରମ କାରାଦଣ୍ଡ । ପୂର୍ବରୁ ୧୯୯୨ ମସିହାରେ ମଧ୍ୟ ଏସଂକ୍ରାନ୍ତ ମାମଲାର ଶୁଣାଣି କରି ୧୯୮୩ ରାୟକୁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ ।

Leave A Reply

Your email address will not be published.