Latest Odisha News

BREAKING NEWS

କରୋନା ପ୍ରଭାବ:୨୦ ମାସରେ ୫୬୭ କୋଟି ଟଙ୍କାର ବିକ୍ରି ହୋଇଛି ଡୋଲୋ ୬୫୦

ନୂଆଦିଲ୍ଲୀ: କରୋନାର ତୃତୀୟ ଲହରୀ ମଧ୍ୟରେ ଭରପୂର ଫାଇଦା ଉଠାଇଛି ଡୋଲୋ ୬୫୦ ମେଡିସିନ । ଜ୍ୱର ଓ ଦେହମୁଣ୍ଡ ଦରଜ ଭଲ କରୁଥିବା ଏହି ମେଡିସିନକୁ ଲୋକମାନେ ଆଖିମୁଜି କିଣିଛନ୍ତି । ଏକ ରିପୋର୍ଟ ମୁତାବକ ୨୦୨୦ ଡିସେମ୍ବରରୁ ଆଜି ପର୍ଯ୍ୟନ୍ତ ମାତ୍ର ୨୦ ମାସରେ ୫୬୭ କୋଟି ଟଙ୍କାର ଏହି ଔଷଧ ବିକ୍ରି ହୋଇଛି । ହିସାବକୁ ନେଲେ ପାଖାପାଖି ୩୫୦ କୋଟି ଡୋଲୋ ୬୫୦ ଟାବଲେଟ ବିକ୍ରି ହୋଇଛି । କ୍ରୋସିନ ଓ କୋମ୍ବିଫ୍ଲାମକୁ ଏହା ପଛରେ ପକାଇ ଏହି ଦେଶୀ ବ୍ରାଣ୍ଡ ବାଜି ମାରିଛି । ଏହାକୁ ବାଙ୍ଗାଲୋରର ମାଇକ୍ରୋ ଲ୍ୟାବ୍ସ ଲିମିଟେଡ ପ୍ରସ୍ତୁତ କରିଛି ।

ଡୋଲୋ ୬୫୦:ପାରାସିଟମଲର ଅନ୍ୟ ଏକ ନାମ ଡୋଲୋ କହିଲେ ଭୁଲ ହେବନି । ପାରାସିଟମଲ ଏକ ଜେନେରିକ ସଲ୍ଟ ଏବଂ ଏହା ଜ୍ୱର ଓ ଦେହମୁଣ୍ଡ ବିନ୍ଧା ଛିଟିକାରେ ବ୍ୟବହୃତ ହୋଇଥାଏ । ଏହାକୁ ବିଭିନ୍ନ ଫାର୍ମା କମ୍ପାନୀ ଯଥା କ୍ରୋସିନ, କାଲପୋଲ ଓ ଡୋଲୋ ନାମରେ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି । ଗୁଗଲରେ ବି ଏବେ ଡୋଲୋ ୬୫୦କୁ ଅଧିକାଂଶ ଲୋକ ସର୍ଚ୍ଚ କରୁଛନ୍ତି ।

Comments are closed.