ଚିଲିକା: ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚିଲିକାରେ ହେବ ଡଲଫିନ୍ ଗଣନା । ଚିଲିକା ସଂଲଗ୍ନ ବାଲୁଗାଁ ଓ ସାତପଡ଼ାରେ ଚାଲିବ ଡଲଫିନ୍ ଗଣନା । ଡଲଫିନ୍ ଗଣନା ପାଇଁ ଗଠନ ହେଲା ୧୮ଟି ସ୍ୱତନ୍ତ୍ର ଟିମ୍ । ଜଣେ ବିଶେଷଜ୍ଞଙ୍କ ସହ ରହିବେ ୩ରୁ ୫ ଗଣନାକାରୀ । ଚିଲିକାର ସମସ୍ତ ବୋଟ୍ ଆସୋସିଏସନ୍କୁ ଦିଆଗଲା ସୂଚନା। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ।
ସୂଚନା ଥାଉକି ରବିବାର ଦିନ ଚିଲିକା ହ୍ରଦ ଏବଂ ହୀରାକୁଦ ଡ୍ୟାମ ସମେତ ଓଡ଼ିଶାର ପ୍ରମୁଖ ଆର୍ଦ୍ରଭୂମି ସ୍ଥାନରେ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀ ସଂଖ୍ୟା ଆକଳନ ପାଇଁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ଚିଲିକା ହ୍ରଦରେ ଜନଗଣନା ପାଇଁ ୨୨ଟି ଦଳ ଗଠନ କରାଯାଇଥିଲା। ଆଉ ଦିନକ ପରେ ପକ୍ଷୀ ଗଣନାର ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି।
ଚଳିତ ବର୍ଷ ଚିଲିକାକୁ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨ ଶହ ପକ୍ଷୀ ଆସିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାକୁ ୪ ହଜାର ୯୭୨ ପକ୍ଷୀ ଅଧିକ ଆସିଛନ୍ତି । ପ୍ରଜାତି ସଂଖ୍ୟା ସମାନ ମାତ୍ର ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଥିର ୧୦୬ ପ୍ରଜାତିର ବିଦେଶପକ୍ଷୀ ୧୧ ଲକ୍ଷ ୧୦ ହଜାର ୨୫୭ ଆସିଥିବା ବେଳେ ୯୦ ପ୍ରଜାତିର ୨୧ ହଜାର ୯୪୩ ସ୍ଥାନୀୟ ପକ୍ଷୀ ବୋଲି ଚିଲିକା ବନ୍ୟ ପ୍ରାଣୀ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।