Latest Odisha News

BREAKING NEWS

ଚିଲିକାରେ ଇରାଓ୍ବାଡି ଡ଼ଲଫିନ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ଗତ ବର୍ଷ ଠାରୁ ଚଳିତ ଥର ଚିଲିକାରେ ଇରୱାଡି ଡଲଫିନ୍ ସଂଖ୍ୟାରେ ବହୁ ମାତ୍ରାରେ ବୃଦ୍ଧି ଘଟିଛି। ୨୦୨୦ ରେ ୧୪୬ ରହିଥିବା ବେଳେ ୨୦୨୧ ରେ ଏହି ସଂଖ୍ୟା ୧୬୨ କୁ ବୃଦ୍ଧି ପାଇଛି।

ଫେବୃଆରୀରେ ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଏବଂ ଷ୍ଟେଟ ୱାଇଲ୍ଡ ଲାଇଫ ୱିଙ୍ଗ ଦ୍ୱାରା କରାଯାଇଥିବା ଜନଗଣନା ସମୟରେ ହ୍ରଦରେ ଆଉ ୨୬ ଟି ବୋଟଲ-ନୋଜ ଡଲଫିନ୍ ଠାବ କରାଯାଇଥିଲା।

୨୦୨୧ ବାର୍ଷିକ ଜନଗଣନା ଅନୁଯାୟୀ, ରାଜ୍ୟରେ ତିନୋଟି ପ୍ରଜାତିର ୫୪୪ ଡଲଫିନ୍ ଏବଂ ସେଟାସିଆନ୍ ପ୍ରଜାତି ରହିଛନ୍ତି। ଚିଲିକା ହ୍ରଦରେ ୧୮୮ ଏବଂ ରାଜନଗର ମଙ୍ଗ୍ରୋଭ (ବନ୍ୟଜନ୍ତୁ) ବିଭାଗରେ ୩୪୨ ରହିଛନ୍ତି। ଯେତେବେଳେକି ୨୦୨୦ରେ ଏହି ସଂଖ୍ୟା ଚିଲିକାରେ ୧୬୩ ଏବଂ ରାଜନଗରରେ ୬୨ ଥିଲା।

ଚଳିତ ବର୍ଷ ମାଙ୍ଗ୍ରୋଭ୍ ଇକୋସିଷ୍ଟମରେ ୨୮୧ ହମ୍ପବ୍ୟାକ୍ ଏବଂ ୨୨ ଟି ବୋଟଲ-ନୋଜ୍ ଡଲଫିନ୍ ଦେଖାଯାଇଥିଲା। ଏଠାରେ ଇରୱାଡି ଡଲଫିନ୍ ସଂଖ୍ୟା ୨୦୨୦ରେ ୬୦ ରହିଥିବା ବେଳେ ୨୦୨୧ରେ ୩୯କୁ ହ୍ରାସ ପାଇଛି।

ପୁରୀ, ବ୍ରହ୍ମପୁର, ଭଦ୍ରକ ଏବଂ ବାଲେଶ୍ବରରେ ମଧ୍ୟ ଏହି ଜନଗଣନା କରାଯାଇଥିଲା। ଭଦ୍ରକରେ ଆଠଟି ଇରୱାଡି ଡଲଫିନ୍, ପୁରୀରେ ୪ ଟି ବୋଟଲ-ନୋଜ ଡଲଫିନ୍ ଏବଂ ବାଲେଶ୍ବରରେ ୨ଟି ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.